Site icon Awaj Media

ମାନୁ ନାହାନ୍ତି ପରିବା ବିକାଳୀ : ରାସ୍ତାରେ ପସରା ମେଲାଇ ବସୁଛନ୍ତି – ଭିଡ ଅସମ୍ଭାଳ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ମାନୁ ନାହାନ୍ତି ପରିବା ବିକାଳୀ , ରାସ୍ତାରେ ପସରା ମେଲାଇ ବସୁଛନ୍ତି ! ଭିଡ ହେଉଛି ଅସମ୍ଭାଳ , ସ୍କୁଲ କଲେଜ ପିଲା , ରୋଗୀ , ସାଧାରଣ ଲୋକେ ଅଟକି ରହୁଛନ୍ତି ଘଣ୍ଟା ଘଣ୍ଟା ! କଳାପଥର – ଧଳାପଥର ଅଞ୍ଚଳରେ ମୁଖ୍ୟ ରାସ୍ତା ଉପରେ ଦେଖିବାକୁ ମିଳିଛି ଏପରି ଅବସ୍ଥା ! ଧଳାପଥର ଲକ୍ଷ୍ମୀ ବଜାର ଆରଆଇ ଅଫିସ ଠାରୁ ଆରମ୍ଭ କରି କଳାପଥର ପୋଷ୍ଟ ଅଫିସ ପର୍ଯ୍ୟନ୍ତ ପ୍ରତ୍ୟେହ ଏପରି ଅବସ୍ଥା କାରଣରୁ ବହୁ ସମୟରେ ଭିଡ ଲାଗି ରହୁଛି ! ସେହି ସ୍ଥାନରେ ବାରମ୍ବାର ତାଗିଦ ସତ୍ତ୍ୱେ ରାସ୍ତା ଏବଂ ଡ୍ରେନ ଉପରେ ପରିବା ବିକାଳୀ ମାନେ ବସି ରହିବା କାରଣରୁ ରାସ୍ତା ଉପରେ ଗାଡି ମାତ୍ର ଜାମ ହୋଇ ରହୁଛି ! ତେବେ ରାସ୍ତା ଜାମ ର ଆଉ ଏକ ପ୍ରମୁଖ କାରଣ ହେଉଛି ଦିନ ତମାମ ବାଲି ବୋଝେଇ ହାଇୱା ଚଳାଚଳ ! ରାସ୍ତା ଉପରେ ପରିବା ବିକ୍ରୀ ନେଇ ସ୍ଥାନୀୟ ବଜାର କମିଟି କର୍ମକର୍ତ୍ତା ଙ୍କୁ ପଚାରିବାରୁ ସେମାନେ କୁହନ୍ତି , ଦୈନିକ ପରିବା ହାଟ ଭିତରେ ପର୍ଯ୍ୟାପ୍ତ ଜାଗା ଥାଇ ସୁଦ୍ଧା କେତେକ ବ୍ୟବସାୟୀ ଅମାନିଆ ହୋଇ ରାସ୍ତା ଉପରେ ବସି ରହୁଛନ୍ତି ! କିଛି ମାସ ତଳେ ବୈଦେଶ୍ଵର ଥାନାରେ ଥିବା ଅଧିକାରୀ ଙ୍କ ଲଗାତାର ପେଟ୍ରୋଲିଙ୍ଗ ଏବଂ କଡା କଟକଣା କାରଣରୁ ରାସ୍ତା ଅବସ୍ଥା ସୁଧୁରି ଯାଇଥିଲା , କିନ୍ତୁ ଏବେ ଅବସ୍ଥା ଯଥା ପୂର୍ବ ତଥା ପର ହୋଇଯାଇଛି !

Exit mobile version