Site icon Awaj Media

” ଟିଚ୍ କନ୍ଧମାଳ ” ଅଭିଯାନରେ ବିଦ୍ୟାଳୟ ପରିଦର୍ଶନ ସହ ଶିକ୍ଷାଦାନ ଓ ଭିତ୍ତିଭୂମିର ସମୀକ୍ଷା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ପ୍ରଶାସନର ପ୍ରମୁଖ “ଟିଚ କନ୍ଧମାଳ” ର ଅଭିଯାନ ଅନୁଯାୟୀ ବାଲିଗୁଡା ଉପ-ଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ଼ ସ୍ଥିତ ମା’ ଭୈରବୀ ଉଚ୍ଚ ବିଦ୍ୟାଳୟକୁ ଯାଇ ପରିଦର୍ଶନ କରିବା ସହ ଶିକ୍ଷାଦାନ ଓ ଭିତ୍ତିଭୂମିର ସମୀକ୍ଷା କରି ଫେରିଥିବା ଜଣାପଡିଛି । ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେବା ଏବଂ ପ୍ରତି ସୋମବାର ସାଧାରଣ ଅଭିଯୋଗ ଶୁଣାଣି ପୂର୍ବରୁ ବିଦ୍ୟାଳୟ ଗୁଡ଼ିକର ସ୍ଥିତି ପରଖିବା ହେଉଛି ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଓ ଉଦେଶ୍ୟ l ଉପଜିଲ୍ଲାପାଳ ଉକ୍ତ ବିଦ୍ୟାଳୟ ର ପ୍ରାର୍ଥନା ସଭା ପରିଦର୍ଶନ କରିବା ପରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଶିକ୍ଷାଦାନ ଓ ଗୁଣବତ୍ତାର ସମୀକ୍ଷା କରିଥିଲେ l ପରେ ପରେ ମଧ୍ୟାହ୍ନ ଭୋଜନର ଯାଞ୍ଚ, ସ୍ୱଚ୍ଛତା ଓ ଭିତ୍ତିଭୂମି ଅନୁଧ୍ୟାନ ଓ ବିଦ୍ୟାଳୟ ର ଶିକ୍ଷକ ଏବଂ କର୍ମଚାରୀଙ୍କ ସହ ସବିଶେଷ ଆଲୋଚନା କରିଥିଲେ l “ଟିଚ୍ କନ୍ଧମାଳ’ କେବଳ ଏକ ନିରୀକ୍ଷଣ କାର୍ଯ୍ୟକ୍ରମ ନୁହେଁ, ବରଂ ଗ୍ରାମାଞ୍ଚଳର ପିଲାମାନଙ୍କୁ ସିଧାସଳଖ ଭେଟି ସେମାନଙ୍କୁ ପ୍ରେରଣା ଯୋଗାଇବା ଏବଂ ବିଦ୍ୟାଳୟ ଗୁଡ଼ିକରେ ଉତ୍ତମ ଶିକ୍ଷା ଓ ପରିବେଶ ସୁନିଶ୍ଚିତ କରିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ କହିଥିଲେ l ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟ ରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ “ଟିଚ୍ କନ୍ଧମାଳ” ଜରିଆରେ ଏହିପରି ପରିଦର୍ଶନ ନିୟମିତ ଜାରି ରହିବ ବୋଲି ଉପ ଜିଲ୍ଲାପାଳ ଶ୍ରୀମତୀ ଦାସ ପ୍ରକାଶ କରିଛନ୍ତି l

Exit mobile version