Site icon Awaj Media

ନାହାନ୍ତି ମହାବାହୁ : ଶୂନ୍ୟତା ଭିତରେ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସଦାସର୍ବଦା ଭକ୍ତଙ୍କ କୋଳାହଳ ରେ ଥିବା ଶାବର ଶ୍ରୀକ୍ଷେତ୍ର ଏହି ନଅ ଦିନ ହେଲା ଶୂନ୍ୟତା ରେ ନିରବି ଯାଇଛି ! ପ୍ରଭୁ ଯାଇଛନ୍ତି ନିଜ ଜନ୍ମ ମାଟିକୁ ବୁଲିବାକୁ , ଆଉ ଏପଟେ ଖାଁ ଖାଁ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର l କାଁ ଭାଁ ମନ୍ଦିର କୁ ଭକ୍ତ ଆସୁଛନ୍ତି ବୁଲିବାକୁ , ହେଲେ ସବୁଆଡେ ନୀରବତା ହିଁ ନୀରବତା ! ନା ଘଣ୍ଟ ମୃଦଙ୍ଗ ର ଶବ୍ଦ ଶୁଭୁଚି ନା ପ୍ରସାଦ ବିକ୍ରୟ କେନ୍ଦ୍ର ରେ ପ୍ରସାଦ ପାଇଁ ଭକ୍ତ ଙ୍କ ଭିଡ଼ ଜମୁଛି ! କେବଳ କିଛି ସେବକ ହିଁ ନୀତିକାନ୍ତି ସଂପାଦିତ କରୁଛନ୍ତି , ଅନ୍ୟ ବିଗ୍ରହଙ୍କର ! ସତରେ କାଳିଆ ସାଆନ୍ତା ଙ୍କ ବିନା ତାଙ୍କର ଉଆସ ଖାଁ ଖାଁ ଆଉ ଶୂନ୍ୟତାରେ ପରିପୂର୍ଣ ଅଟେ l ଅନ୍ୟପଟେ ଦେଖିବାକୁ ଗଲେ ମାଉସୀ ମା ମନ୍ଦିରରେ ଏହି ନଅ ଦିନ କାଳିଆ ସlଅନ୍ତ ପାଇଁ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି ! ଭକ୍ତ ଆଉ ଭଗବାନଙ୍କର ଅପୂର୍ଵ ମିଳନରେ ଗହଳ ଚଳରେ ଫାଟି ପଡୁଛି ମାଉସୀ ମା ମନ୍ଦିର l

Exit mobile version