Site icon Awaj Media

ମୁଣ୍ଡଳୀରେ ଦେଖିବାକୁ ମିଳିଛି ମହାନଦୀର କରାଳ ରୂପ !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ଦୁଇ କୁଳ ଖାଇ ବହୁଛି ମହାନଦୀ , ମୁଣ୍ଡଳୀରେ ଦେଖିବାକୁ ମିଳିଛି ମହାନଦୀର କରାଳ ରୂପ ! ଉପରମୁଣ୍ଡରେ ଜାରି ରହିଛି ଲଗାଣ ବର୍ଷା , ବଢୁଛି ହୀରାକୁଦ ଡ୍ୟାମ ର ଜଳସ୍ତର ! ସୂଚନା ଅନୁଯାୟୀ ଡ୍ୟାମ ର ଜଳସ୍ତର 614 ଫୁଟ ଥିବା ସମୟରେ ଏବେ 16 ଟି ଗେଟ ଖୋଲାଯାଇ ଜଳ ନିଷ୍କାସନ ହେଉଅଛି ! ମୁଣ୍ଡଳୀରେ ବିପଦ ସଂକେତର ଅଳ୍ପ ତଳେ ପ୍ରବାହିତ ହେଉଛି ବନ୍ୟା ଜଳ , ତେବେ ମାଛ ଧରାଳୀ ଙ୍କୁ ମହାନଦୀ ଭିତରକୁ ନଯିବା ପାଇଁ ଦିଆଯାଇଛି ସତର୍କ ସୂଚନା ! ଅନ୍ୟ ପକ୍ଷରେ ମୁଣ୍ଡଳୀ ବ୍ରିଜ ଉପର ରାସ୍ତାର ଅବସ୍ଥା ହୋଇପଡିଛି ଶୋଚନୀୟ ! ବ୍ରିଜ୍ ର ଦୁଇ ନମ୍ବର ପ୍ଲେଟ ଉପରେ ଫାଟ ହୋଇ ତଳ ଦେଖାଯାଉଛି , ସେହିପରି ବ୍ରିଜ ଆରମ୍ଭରୁ ବଡ ବଡ ଗାତ ହୋଇଥିବାରୁ ଘଟୁଛି ଦୁର୍ଘଟଣା ! ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାସ୍ତା ମରାମତି ହେଉନଥିବାର କହିଛନ୍ତି ସ୍ଥାନୀୟ ବାସିନ୍ଦା !

Exit mobile version