Site icon Awaj Media

ପାରଳା ରାଜପ୍ରାସାଦ ପରିଦର୍ଶନ କଲେ ପରିବହନ ମନ୍ତ୍ରୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜ୍ୟ ସରକାରଙ୍କ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପାରଳାଖେମୁଣ୍ଡି ରାଜପ୍ରାସାଦ ପରିଦର୍ଶନ କରିଛନ୍ତି । ୧୮୪୩ ମସିହାରେ ନିର୍ମିତ ଏହି ରାଜପ୍ରାସାଦ ଅନେକ ମୂକସାକ୍ଷୀ ଛାଡ଼ି ଯାଇଛି । ସେ ଉତ୍କଳ ସମ୍ମିଳନୀର ଅଭ୍ୟୁଦୟ ହେଉ କି , ନୂତନ ଓଡିଶା ପୂନର୍ଗଠନ ହେଉ ଏଠି ଅନେକ ସ୍ମାରକୀ ଛାଡି ଯାଇଛି ।ପାରଳାଖେମୁଣ୍ଡି ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ନୂତନ ଓଡିଶା ଗଠନରେ କାହାକୁ ଅଛପା ନାହିଁ । ତେବେ ଏହି ପୁରାତନ ପ୍ରାସାଦ ଆଜି ଭଗ୍ନ ଅବସ୍ଥାରେ ରହିଛି । ଏହାକୁ ପୂନଃନିର୍ମାଣ ଏବଂ ମରାମତି କରିବାକୁ ବହୁଦିନ ହେଲା ସ୍ଥାନୀୟ ଶିକ୍ଷାବିତ୍ ଦାବୀ କରିଥିଲେ । ମନ୍ତ୍ରୀ ପାରଳା ମହାରାଣୀ ସୁଶ୍ରୀ କଲ୍ୟାଣୀ ଦେବୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ । ଏହାର ରକ୍ଷଣାବେକ୍ଷଣ ପାଇଁ ମହାରାଣୀ ଅନୁରୋଧ କରିଥିଲେ । ଏଦିଗରେ କିଛି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ନିଜ ମନ୍ତବ୍ୟରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅନାଦି ପାଣିଗ୍ରାହୀ ତଥା ପାରଳାଖେମୁଣ୍ଡି ସହରର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Exit mobile version