Site icon Awaj Media

ପାରଳାଖେମୁଣ୍ଡିରେ ପବିତ୍ର ବାହୁଡା ଯାତ୍ରା ମହା ସମାରୋହରେ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ପବିତ୍ର ବାହୁଡା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି।ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ ରଥଯାତ୍ରା ପାରଳାଖେମୁଣ୍ଡିରେ ଅନୁଷ୍ଠିତ ହୋଇ ଯାଇଛି।ପାଗ ଅନୁକୂଳ ଥିବାରୁ ଭକ୍ତ ମାନେ ମହା ଆନନ୍ଦରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ।ସକାଳୁ ଠାକୁରରଙ୍କ ଯଥାରୀତି ନୀତିକାନ୍ତି ପରେ ଠାକୁର ଆଡ଼ପ ମଣ୍ଡପରୁ ତଳକୁ ଆଣି ସଜ୍ଜିତ କରି ବାହୁଡା ଯାତ୍ରା ପାଇଁ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ପହଣ୍ଡି କରିଥିଲେ।ତାପରେ ମହାଦେଇ କଲ୍ୟାଣି ଗଜପତି ତିନି ରଥରେ ଛେରା ପହଁରା କରିଥିଲେ।ଅପରାହ୍ନ ସାଢ଼େ 4 ଘଣ୍ଟା ସମୟରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ।ରଥ ଟାଣିବା ପାଇଁ ହଜାର ହଜାର ଭକ୍ତ ମାନେ ସାମିଲ ହୋଇଥିଲେ। ମାଆ ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣି ଥିଲେ। ଏହି ରଥ ଟଣା ସମୟରେ ଜିଲ୍ଲା ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା କରିଥିଲେ।ଶାନ୍ତି ଶୃଙ୍ଖଳା ର ସହ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସକାଶେ ପୋଲିସ ମୁତୟନ କରାଯାଇଥିଲା।

Exit mobile version