Site icon Awaj Media

ପୁରାତନ ଛାତ୍ରମାନଙ୍କ ପକ୍ଷରୁ ପ୍ରସାଦ ସେବନ ସେବାର ଆୟୋଜନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଗୁଣ୍ଡିଚା ମନ୍ଦିରରୁ ମୁଖ୍ୟ ଶ୍ରୀଜଗନ୍ନାଥ ମନ୍ଦିରକୁ ବିଜେ କରିଥିବା ବେଳେ ପାରଳାଖେମୁଣ୍ଡିରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ରଥଯାତ୍ରାର ସମାପନୀ ପର୍ବ ଭାବେ ପାଳିତ ଏହି ବାହୁଡ଼ା ଯାତ୍ରା ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥିଲା । ଏହି ପବିତ୍ର ଅବସରରେ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡିର ୧୯୮୩ (ଜୁନିୟର ମାଟ୍ରିକ୍) ବ୍ୟାଚ ର ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଏକ ପ୍ରସାଦ ସେବନ ସେବାର ଆୟୋଜନ କରାଯାଇଥିଲା। ବାହୁଡ଼ା ଯାତ୍ରା ଦର୍ଶନ ପାଇଁ ଆସିଥିବା ପ୍ରାୟ ୩ ହଜାର ଭକ୍ତଙ୍କୁ ସୁସଂଗଠିତ ଭାବେ ମହାପ୍ରସାଦ ବଣ୍ଟନ କରାଯାଇଥିଲା। ଭକ୍ତମାନେ ଶ୍ରଦ୍ଧାର ସହ ପ୍ରସାଦ ସେବନ କରି ଆୟୋଜକମାନଙ୍କ ଏହି ସେବା କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ସେବା କାର୍ଯ୍ୟରେ ୧୯୮୩ ବ୍ୟାଚ୍‌ର ୨୦ରୁ ଅଧିକ ପୂରାତନ ଛାତ୍ର ସ୍ୱେଚ୍ଛାସେବୀ ଭାବେ ଯୋଗଦେଇ ନିଷ୍ଠା ଓ ସମର୍ପଣର ସହିତ ନିଜର ସେବା ପ୍ରଦାନ କରିଥିଲେ। ସେମାନଙ୍କର ଏହି ମହତ୍ ସେବାଭାବ ଭକ୍ତମାନଙ୍କ ମନରେ ଗଭୀର ଛାପ ଛାଡ଼ିବା ସହ ସାମାଜିକ ସେବା ଓ ଧାର୍ମିକ ସମର୍ପଣର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛି।

Exit mobile version