Site icon Awaj Media

ଜନ୍ମବେଦୀରେ ସରିଲା ଶ୍ରୀଜିଉଙ୍କ ଲୀଳାଖେଳ : “ଜୟ ଜଗନ୍ନାଥ” ଧ୍ୱନିରେ ପ୍ରକମ୍ପିତ ସାରା ଅଞ୍ଚଳ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବିପୁଳ ଉତ୍ସାହ ଓ ଉଦ୍ଦୀପନା ସହ ସାମାନ୍ୟ ଶୁଖିଲା ଖରା ପାଗ ମଧ୍ୟରେ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ବାହୁଡ଼ାଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି l ପ୍ରଥମେ ମନ୍ଦିର ର ଦ୍ୱାର ଫିଟା ପରେ ରୀତିନୀତି ଅନୁସାରେ ପୂଜାର୍ଚନା କରାଯିବା ପରେ ମହାପ୍ରଭୁଙ୍କ ସକାଳଧୂପ ସମ୍ପନ୍ନ ସହ ଅପରାହ୍ନରେ ରଥ ନିକଟକୁ ଆଜ୍ଞାମାଳ ବିଜେ ହୋଇଥିଲା। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ କରିବା ପରେ ରଥରେ ଦଉଡ଼ି ସଂଯୋଗ କରିଥିଲେ। ଅପରପକ୍ଷରେ ତିନି ରଥରେ ଶ୍ରୀବିଗ୍ରହଙ୍କ ରୁନ୍ଧା ଏବଂ ସ୍ଥାନୀୟ ଏସଡିପିଓ ଶୁଭମ ଭୋସଲେ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା l ମହାପ୍ରଭୁଙ୍କ ଏହି ଦିବ୍ୟ ରୂପକୁ ଦେଖିବା ପାଇଁ ଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଭକ୍ତ ଙ୍କ ଜନସମୁଦ୍ର ହୋଇଥିଲା । ଜୟ ଜଗନ୍ନାଥ, ହରିବୋଲ , ଜୟ ମା ସୁଭଦ୍ରା ଘଣ୍ଟ, ଘଣ୍ଟା, ମୃଦଙ୍ଗ ତାଳରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିଲା। ଜନ୍ମବେଦୀରେ ଶ୍ରୀଜିଉଙ୍କ ଲୀଳାଖେଳ ଶେଷ କରି ଫେରିବା ବେଳେ ଦେଖିବାକୁ ଶହ ଶହ ଭକ୍ତ ଙ୍କ ସମାଗମ ହୋଇଥିଲା l ଏହାକୁ ଦୃଷ୍ଟି ରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ତିନୋଟି ରଥ ଶ୍ରୀ ମନ୍ଦିର ଆଭିମୁଖ୍ୟ ଯାତ୍ରା କରି ସନ୍ଧ୍ୟା ସୁଦ୍ଧା ମନ୍ଦିର ନିକଟରେ ପହଞ୍ଚିଥିଲା l ଏହି ଅନନ୍ୟ ପରମ୍ପରା ସମତା, ବିନମ୍ରତା ଓ ସେବାଭାବର ଚିରନ୍ତନ ବାର୍ତ୍ତା ଦେଇଥାଏ। ଭକ୍ତି ଓ ଉଲ୍ଲାସରେ ପରିପୂର୍ଣ୍ଣ ଏହି ଦିବ୍ୟ ମୁହୂର୍ତ୍ତ ବୋଲି ବିବେଚନା କରାଯାଏ l ଏଥିରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ର ସମସ୍ତ ସଦସ୍ୟ, ଯୁବକ ସଂଘ ମହିଳା ସଂଘ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

Exit mobile version