Site icon Awaj Media

ପ୍ରଶାସନକୁ ଖାତିର ନାହିଁ : ବିଡ଼ିଓ ଆସି ଚାବି ଖୋଲିଲେ, ପୂର୍ବତନ ସରପଞ୍ଚ ତାଲା ପକେଇଲେ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକର ଦୁଲଣାପୁର ଗ୍ରାମ ପଂଚାୟତ ପୂର୍ବ ସରକାର ସମୟରେ ବହୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା | କୋଟି କୋଟି ଟଙ୍କାର ଏନ ଆର ଜି ଏସ ଦୁର୍ନୀତି, କାମ ନ କରି ବିଲ ପାସ, ସରପଞ୍ଚଙ୍କ ଘରେ ଭିଜିଲାନ୍ସ ରେଡ, ଚକେରୀରୁ ଜି ଆର ଏସ ବିଦା ହେବା ପରି କାର୍ଯମାନ ଘଟିଥିବା | ପୂର୍ବ ସରପଞ୍ଚ ସୁନୀଲ କୁମାର ସାହୁ ସେହି ସମୟରେ ଇନ୍ଦିରାଆବାସ ସାହିରେ ଏକ ଅଙ୍ଗନବାଡି କେନ୍ଦ୍ର ନିଜ ଠିକାଦାରୀ ରେ ନିର୍ମାଣ କରିଥିଲେ | ଆଜିକୁ ସାତ ବର୍ଷରୁ ଅଧିକ ସମୟ ହେବ ନିର୍ମାଣ କାର୍ଯ୍ୟ ସାରିଥିଲେ ମଧ୍ୟ ସେ ନବ ନିର୍ମିତ ଘରକୁ ଅଙ୍ଗନବାଡି କେନ୍ଦ୍ର ମୁଖ୍ୟ ଲଲିପ ମହାପାତ୍ରଙ୍କୁ ହସ୍ତାନ୍ତର କରୁ ନାହାନ୍ତି | ତେଣୁ ବର୍ଷ ବର୍ଷ ଧରି ଉକ୍ତ ଦିଦିଙ୍କ ଘରେ ଅଙ୍ଗନବାଡି କେନ୍ଦ୍ର ଚାଲୁଛି | ପୂର୍ବ ବର୍ଷ ଏହି କେନ୍ଦ୍ରରେ ଆଠ ଜଣ ଶିଶୁ ପଢୁଛନ୍ତି ବର୍ତ୍ତମାନ କିନ୍ତୁ ଦୁଇ ଜଣ ଛାତ୍ର ଛାତ୍ରୀ ପଢୁଛନ୍ତି | ଚାକେରି କୁ ନେଇ କୋର୍ଟ କଚେରୀ ଯାଇ ହାତେଇଥିବା ସହାୟକ ପ୍ରିୟଙ୍କା ମନ୍ତ୍ରୀ ଏବଂ ଶିକ୍ଷକ ଲଲିପ ମହାପାତ୍ର ବହୁ ସମୟ ବାଙ୍କୀ ଦାମପଡା ବ୍ଲକ ବିଡ଼ିଓ ଅଂଶୁମାନ ଦାସ , ସିଡିପିଓ ଅଯୋଧ୍ୟା ଧାରୁଆ ଏବଂ ଜୋନ ସୁପର ଭାଇଜର ଛବିରାଣୀଙ୍କୁ ଜଣାଉଥିଲେ ବି ପୂର୍ବ ସରପଞ୍ଚ ଘର ଚାବି ଦେଉ ନାହାନ୍ତି | ଲକ୍ଷାଧିକ ଟଙ୍କାର ଘର ଏବେ ଜରାଜୀର୍ଣ ଅବସ୍ଥାରେ ରହିଛି | ବିଦ୍ୟୁତ ସାରଞ୍ଜାମ ସବୁ ଚୋରି ହେଲାଣି | କେନ୍ଦ୍ର ପରିସର ଅନାବନା ଜଙ୍ଗଲରେ ପରିପୂର୍ଣ ରହିଲାଣି | ରାତିହେଲେ ମଦୁଆ ଗଞ୍ଜୋଡ଼ଙ୍କ ଆଶ୍ରୟସ୍ଥଳୀ ପାଲଟିଛି ଲୋକଙ୍କ ରାଜସ୍ବ ଟଙ୍କାରେ ତିଆରି ହୋଇଥିବା ସରକାରୀ ଅଙ୍ଗନବାଡି ଗୃହ |
ବର୍ତ୍ତମାନର ସରପଞ୍ଚ ହେଉ କି ଶାସକ,ବିରୋଧୀ ଦଳର ନେତା ଜନପ୍ରତିନିଧି କେହି ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି |ପ୍ରାୟ ବର୍ଷକ ତଳେ ବର୍ତ୍ତମାନର ଯୁବ ବିଡ଼ିଓ ଅଂଶୁମାନ ଦାସଙ୍କୁ ଘଟଣା ସମ୍ପର୍କରେ ଜଣାଇବାରୁ ମେ ବାଇଶି ତାରିଖ 2025 ରେ ଆସି ସମସ୍ତଙ୍କ ଉପସ୍ଥିତିର କେନ୍ଦ୍ର ଗୃହ ଚାବି ଖୋଲା ଯାଇଥିଲା |କିନ୍ତୁ ଗୋଟେ ଦିନ ପରେ ଉକ୍ତ ଘର ଚାବି ପୁଣିଥରେ ଠିକାଦାର ପୂର୍ବ ସରପଞ୍ଚ ନେଇ ଯାଇଥିଲେ | ତାଙ୍କ କହିବା କଥା ସେ ଗୃହ ନିର୍ମାଣର ବକେୟା ଟଙ୍କା ଏ ପର୍ଯ୍ୟନ୍ତ ପାଇ ନାହାନ୍ତି | ତେଣୁ ସେ ଗୃହ ଚାବି ଦେବେ ନାହିଁ | ଏ ସମ୍ପର୍କରେ ଦୁଲଣାପୁରର ସାମାଜିକ କର୍ମୀ ମକରା ଜେନା ବହୁବାର ବ୍ଲକରେ ଅଭିଯୋଗ ସହିତ ପଂଚାୟତ, ଜିଲ୍ଲା ଓ ବ୍ଲକ ଅଭିଯୋଗ ଶୁଣାଣିରେ କଥା ପକେଇ ଥିଲେ ମାଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି | ଏଠି ଡମପଡା ବ୍ଲକ ପ୍ରଶାସନ ବି ହାର ମାନୁଛି | ହଇରାଣ ହେଉଛନ୍ତି କୋମଳମତି ଶିଶୁ କଳିକା ମାନେ | ପାଞ୍ଚବର୍ଷର ପଂଚାୟତ ଶାସନ ସରିବା ଉପରେ ଥିଲେ ମଧ୍ୟ ସରପଞ୍ଚ ସବିତା ସାହୁ କୌଣସି ସମାଧାନ କରି ପାରି ନାହାନ୍ତି କି ଏଥିରେ ନିଜ ସୁବିଧା ପାଇଁ ମୁଣ୍ଡ ଖେଳାଇ ନାହାନ୍ତି ବୋଲି ଦୁଲଣାପୁର ଗ୍ରାମବାସୀ କୁହନ୍ତି | ତୁରନ୍ତ କିଛି ସମାଧାନର ପଥ ବାହାର କରି ପୁନର୍ବାର ନବ ନିର୍ମିତ ଅଙ୍ଗନବାଡ଼ି ଗୃହ ସ୍ଥାୟୀ ଭାବେ ଚାଲୁ କରିବାକୁ ଦୁଲଣାପୁର ଜନ ସାଧାରଣ ଦାବି କରିଛନ୍ତି |ଏ ସମ୍ପର୍କରେ ଡମପଡା ବିଡ଼ିଓଙ୍କର ବହୁବାର ପ୍ରତିକ୍ରିୟା ନିଆଯାଇଛି |ତଥାପି ସେ କହିଛନ୍ତି ଖୁବଶୀଘ୍ର ପୂର୍ବ ସରପଞ୍ଚଙ୍କ ବକେୟା ବିଲ ପରିଶୋଧ କରିବାର ବ୍ୟବସ୍ଥା ସରକାରୀ ନିୟମ ଅନୁସାରେ କରି ଅଙ୍ଗନବାଡି ହସ୍ତାନ୍ତର କରାଯିବ | ସିଡିପିଓ ଅଯୋଧ୍ୟା ବରାଳ କହିଛନ୍ତି ଯେ ପର୍ଯ୍ୟନ୍ତ ବିଡ଼ିଓ ଏଥିରେ ମୁଣ୍ତ ନ ପୁରାଇ ସମାଧାନ କରି ନାହାନ୍ତି ସେ ପର୍ଯ୍ୟନ୍ତ ଅଙ୍ଗନବାଡି ଉକ୍ତ କର୍ମଚାରୀଙ୍କ ଘରେ ଚାଲୁଥିବ |

Exit mobile version