Site icon Awaj Media

ଲକ୍ଷ୍ୟ ନ୍ୟୁଜ୍ ଏଣ୍ଡ ମିଡ଼ିଆର ସାପ୍ତାହିକ ସମ୍ବାଦ ପତ୍ରିକା ଉନ୍ମୋଚନ କଲେ ବିଧାୟକ ରୂପେଶ ପାଣିଗ୍ରାହୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଆଜି *’ଲକ୍ଷ୍ୟ ନ୍ୟୁଜ୍ ଏଣ୍ଡ ମିଡ଼ିଆ’*ର ସାପ୍ତାହିକ ସମ୍ବାଦ ପତ୍ରିକାର ଶୁଭ ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ପତ୍ରିକାକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ସମାଜର ବିକାଶ ଓ ଲୋକଙ୍କ ସମସ୍ୟାକୁ ସଠିକ୍ ଭାବେ ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସତ୍ୟ, ନିରପେକ୍ଷ ଓ ଦାୟିତ୍ୱବୋଧ ସହ ସମ୍ବାଦ ପରିବେଷଣ କରି ଲକ୍ଷ୍ୟ ନ୍ୟୁଜ୍ ଏଣ୍ଡ ମିଡ଼ିଆ ଜନସାଧାରଣଙ୍କ ବିଶ୍ୱାସ ଅର୍ଜନ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଉନ୍ମୋଚନ ଉତ୍ସବରେ ବିଧାୟକ ସମେତ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠି, ବରିଷ୍ଟ ବୁଦ୍ଧିଜୀବୀ ତଥା ପୂର୍ବତନ ତହସିଲଦାର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ସହ ଖବର କାଗଜ ପ୍ରତିଷ୍ଠାତା ତଥା ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ ବରିଷ୍ଟ ନେତା କ୍ଷେତ୍ରିବର ବିଶୋଇ ପ୍ରମୁଖ ମଞ୍ଚଷିନ ଥିଲେ। କାର୍ଯ୍ୟକ୍ରମରେ ସାମ୍ବାଦିକ, ବୁଦ୍ଧିଜୀବୀ, ସମାଜସେବୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ପତ୍ରିକାର ଉତ୍ତରୋତ୍ତର ସଫଳତା କାମନା କରିଥିଲେ। ସମସ୍ତଙ୍କ ସହଯୋଗରେ ଏହି ସାପ୍ତାହିକ ପତ୍ରିକା ଜନସାଧାରଣଙ୍କ ସ୍ୱର ହୋଇ ଅଞ୍ଚଳର ବିଭିନ୍ନ ସମସ୍ୟା, ବିକାଶମୂଳକ କାର୍ଯ୍ୟ ଓ ସାମାଜିକ ଘଟଣାବଳୀକୁ ନିରପେକ୍ଷ ଭାବେ ପରିବେଷଣ କରିବ ବୋଲି ଆୟୋଜକମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ଦିଲୀପ ଶତପଥୀ, ବିଭୂତି ଭୂଷଣ ହୋତା, ସରୋଜ ମିଶ୍ର ପ୍ରମୁଖ ପରିଚାଳନା କିରିଥିଲେ ।

Exit mobile version