Site icon Awaj Media

ରଥଯାତ୍ରାରେ ଭାରତ ସ୍କାଉଟ୍ସ ଏଣ୍ଡ ଗାଇଡ୍ସ ର ପ୍ରଶଂସନୀୟ ସେବା କାର୍ଯ୍ୟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତ ସ୍କାଉଟ୍ସ ଏଣ୍ଡ ଗାଇଡ୍ସ ଏବଂ ଗଜପତି ଜିଲ୍ଲା ଭାରତ ସ୍କାଉଟ୍ସ ଏଣ୍ଡ ଗାଇଡ୍ସ ପକ୍ଷରୁ, ଗଜପତି ଜିଲ୍ଲାର ପ୍ରିୟ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ୍. ଗିରିଧରଙ୍କ ନିର୍ଦ୍ଦେଶ କ୍ରମେ ରଥଯାତ୍ରା ଏବଂ ବାହୁଡ଼ା ରଥଯାତ୍ରା ଅବସରରେ ଏକ ସାମାଜିକ ସେବା ଶିବିର ଆୟୋଜିତ ହୋଇଥିଲା । ପାରଳାଖେମୁଣ୍ଡିସ୍ଥିତ ପି.ଏମ୍. ଶ୍ରୀ ଏମ୍.ଆର୍. ବାଳକ ହାଇସ୍କୁଲ୍ ସମ୍ମୁଖରେ ଆୟୋଜିତ ଏହି ସେବା ଶିବିରକୁ ଏଡିଇଓ, ଗଜପତି ଶ୍ରୀ ଏସ୍. ଗିରିଧର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଗଜପତି ଜିଲ୍ଲା ଭାରତ ସ୍କାଉଟ୍ସ ଏଣ୍ଡ ଗାଇଡ୍ସର ଜିଲ୍ଲା ସଚିବ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ନେତୃତ୍ୱରେ ସ୍କାଉଟ୍ସ, ଗାଇଡ୍ସ ଏବଂ ଏନ୍.ସି.ସି. କ୍ୟାଡେଟମାନେ ଭକ୍ତମାନଙ୍କୁ ଶୃଙ୍ଖଳିତ ଭାବେ ରଥଯାତ୍ରାରେ ଯୋଗଦେବା ପାଇଁ ଲାଇନ୍ କରାଇବା ସହ ବିଭିନ୍ନ ସେବା ପ୍ରଦାନ କରିଥିଲେ । ସ୍କାଉଟ୍ସ, ଗାଇଡ୍ସ ଓ ସ୍କାଉଟ୍ ମାଷ୍ଟର୍ସ ଏବଂ ଗାଇଡ୍ କ୍ୟାପ୍ଟେନମାନଙ୍କ ନିରନ୍ତର ଓ ନିଃସ୍ୱାର୍ଥ ସେବା ପାଇଁ ଏଡିଇଓ, ଗଜପତି ଶ୍ରୀ ଏସ୍. ଗିରିଧର ସମସ୍ତ ସ୍କାଉଟ୍ ମାଷ୍ଟର୍ସ, ଗାଇଡ୍ କ୍ୟାପ୍ଟେନ୍, ସ୍କାଉଟ୍ସ ଓ ଗାଇଡ୍ସମାନଙ୍କୁ ପ୍ରଶଂସାପତ୍ର ଏବଂ ସ୍ମାରକୀ ପ୍ରଦାନ କରିଥିଲେ। ତାଙ୍କର ଅକ୍ଲାନ୍ତ ଓ ନିଃସ୍ୱାର୍ଥ ସେବା ପ୍ରତି ସ୍ନେହ ଓ କୃତଜ୍ଞତାର ପ୍ରତୀକ ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଭକ୍ତମାନଙ୍କ ସୁବିଧା ଓ ଶୃଙ୍ଖଳା ରକ୍ଷା ପାଇଁ ସ୍କାଉଟ୍ସ, ଗାଇଡ୍ସ ଏବଂ ଏନ୍.ସି.ସି. କ୍ୟାଡେଟମାନଙ୍କ ଏହି ନିଃସ୍ୱାର୍ଥ ସେବାକୁ ସାଧାରଣରେ ପ୍ରଶଂସା କରାଯାଇଥିଲା। ଗଜପତି ଜିଲ୍ଲା ଭାରତ ସ୍କାଉଟ୍ସ ଏଣ୍ଡ ଗାଇଡ୍ସର ସମସ୍ତ ପରିବାର ସଦସ୍ୟଙ୍କ ସହଯୋଗରେ ଏହି ସେବା ଶିବିର ସଫଳତାର ସହ ଆୟୋଜିତ ହୋଇଥିଲା !

Exit mobile version