ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଉପାନ୍ତ ଶ୍ରୀକ୍ଷେତ୍ରରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ଅନୁଷ୍ଠିତ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ହୋଇଯାଇଛି । ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଇ ପ୍ରତ୍ୟାବର୍ତ୍ତନ ପରେ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ । ମା ମହାଲକ୍ଷ୍ମୀ ଙ୍କର ମାନ ଅଭିମାନ କୁ ପ୍ରଭୂ ଶ୍ରୀ ଜଗନ୍ନାଥ ବୁଝାଇଥିଲେ ! ପରେ ମହାପ୍ରଭୁ ଜଗନ୍ନାଥ ରତ୍ନ ବେଦୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ନୀଳାଦ୍ରିବିଜେ ଅବସରରେ ବହୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଫୁଲ ତୁଳସୀ ନଡ଼ିଆ କଦଳୀ ଧୂପ ଦୀପ ଧରି ତିନି ଠାକୁରଙ୍କୁ ଭକ୍ତମାନେ ପୂଜାର୍ଚ୍ଚନା କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସକାଶେ ମନ୍ଦିର ପ୍ରଶାସନ , ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା !
ଉପାନ୍ତ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ !!!

