Site icon Awaj Media

ଖୋର୍ଦ୍ଧା ପୂର୍ତ୍ତ ବିଭାଗର ନିଦ ଭାଙ୍ଗିବ କେବେ : ଦୀର୍ଘ ଦିନ ଧରି ରାସ୍ତା ଅବସ୍ଥା କଦର୍ଯ୍ୟ !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ପୂର୍ତ୍ତ ବିଭାଗର ନିଦ ଭାଙ୍ଗିବ କେବେ , ଦୀର୍ଘ ଦିନ ଧରି ରାସ୍ତା ଅବସ୍ଥା କଦର୍ଯ୍ୟ ହୋଇ ପଡି ରହିଛି ! କେବେ ହେବ ମରାମତି ଆଉ ସୁଧୁରିବ ରାସ୍ତା ଅବସ୍ଥା ! ମରଣଯନ୍ତା ପାଲଟିଛି ଖୋର୍ଦ୍ଧା – କଣ୍ଟିଲୋ ମୁଖ୍ୟ ରାସ୍ତା ! କୋଦୁଅବେରେଣୀ ପେଟ୍ରୋଲ ପମ୍ପ ଠାରୁ ଧଳାପଥର ମୁଖ୍ୟ ବଜାର ଯାଏଁ ରାସ୍ତା ଅବସ୍ଥା ହୋଇପଡିଛି ଶୋଚନୀୟ ! ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତା ପ୍ରାୟ ପ୍ରତିବର୍ଷ ମରାମତି ହେଉଥିଲେବି କାର୍ଯ୍ୟ ସ୍ଥାୟୀ ହେଉନାହିଁ ! ମରାମତିର ମାସେ ଦୁଇ ମାସ ପରେ ପୁଣି ହେଉଛି ରାସ୍ତା ସାରା ଖାଲ ! ବିଶେଷ କରି ଭାପୁର ବାଇପାସ ସଂଯୋଗ ସ୍ଥଳରେ ବଡ ବଡ ଖାଲ ହୋଇ ଯାତ୍ରୀଙ୍କ ସୁରକ୍ଷା ବିପନ୍ନ ହେଉଛି ! ବିଗତ ଦିନରେ ରାସ୍ତା ଅବସ୍ଥା ନେଇ ଅଭିଯୋଗ ଏବଂ ଖବର ପ୍ରସାରଣ ପରେ ରାସ୍ତା ମରାମତି ହୋଇଥିଲା ! କିନ୍ତୁ ବର୍ଷା ହେଉଥିବା ସମୟରେ ମରାମତି କରାଯିବାରୁ ତାହା ଏକ ସପ୍ତାହ ଭିତରେ ନଷ୍ଟ ହୋଇ ଯାଇଥିଲା ! ତେବେ ସ୍ଥାନୀୟ ଦୁଇ ପଞ୍ଚାୟତ ଧଳାପଥର ଏବଂ କଳାପଥର ର ନିର୍ବାଚିତ ପ୍ରତିନିଧି ରାସ୍ତା ସମସ୍ୟା ନେଇ କାହିଁକି ଚୁପ ଅଛନ୍ତି ତାହା ବୁଝା ପଡୁ ନାହିଁ ! ସ୍ଥାନୀୟ ବାସିନ୍ଦା ଙ୍କୁ ରାସ୍ତା ସମ୍ପର୍କରେ ପଚାରିବାରୁ କୁହନ୍ତି ଖାଲ ଢିପ ରାସ୍ତାରେ ଯିବା ଆସିବା ଅଭ୍ୟାସ ହେଇ ଗଲାଣି , ଆଉ ଅସୁବିଧା ହେଉନାହିଁ !

Exit mobile version