Site icon Awaj Media

ପଣ୍ଡିତ ପ୍ରଦୀପ୍ତ ପାଲଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଳକ ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର ଧର୍ମପ୍ରାଣ ବ୍ୟକ୍ତି ତଥା ଅରପୁର ରଘୁନାଥ ମନ୍ଦିରର ପୂଜକ ବିଶିଷ୍ଟ ପ୍ରବଚକ ପଣ୍ଡିତ ପ୍ରଦୀପ୍ତ ପାଲଙ୍କର ଏକାଦଶାହ ରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ | ବାଙ୍କୀର ବହୁ ମାନ୍ୟଗଣ ବ୍ୟକ୍ତି ଏବଂ ବହୁ ସାଧୁ ସନ୍ଥ ଯୋଗ ଦେଇ ନିଜର ଶ୍ରଦ୍ଧାଞ୍ଜଳି ସହ ବକ୍ତବ୍ୟ ରଖିଥିଲେ | ଏଠାରେ ସୂଚନା ଯୋଗ୍ୟ ଯେ ମାତ୍ର 50 ବର୍ଷ ବୟସରେ ଏକ ମନ୍ଦିର ପୂଜା କାମରେ ଆସୁଥିବା ବେଳେ ଅରପୁର ଖଣ୍ଡିଆବନ୍ଧ ପାଖରେ ଥିବା ରୋଡ଼ ଉପରେ ଏକ ବିଦ୍ୟୁତ ଖୁଣ୍ଟରେ ମାଡ଼ ହୋଇ ଚିକିତ୍ସିତ ହେଉଥିବା ବେଳେ ମେଡିକାଲରେ ମୃତ୍ୟୁ ବରଣ କରିଥିଲେ | ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ ସ୍ମୃତି ସଭାରେ ଯୋଗ ଦେଇ ପଣ୍ଡିତ ଙ୍କ ସହିତ ଥିବା ଭାବପୁର୍ଣ ସ୍ମୁତିକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କର ଏକ ତୈଳ ଫଟୋ ଚିତ୍ର ଏବଂ ସ୍ମରଣିକା ଉନ୍ମୋଚନ କରିଥିଲେ | ତାଳବସ୍ତ ସେବା ସମବାୟ ସମିତି ର ସଭାପତି ଅକ୍ଷୟ କୁମାର ବେହେରା, ସାମାଜିକ କର୍ମୀ ସୁଧାଂଶୁ ଶେଖର ନାୟକ, ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଜୟାନନ୍ଦ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ପଣ୍ଡିତଙ୍କ ସ୍ମୃତି ଚାରଣ କରିଥିଲେ | ପ୍ରଦୀପ୍ତ ପାଲଙ୍କ ଅକାଳ ବିୟୋଗରେ ବାଙ୍କୀ ଡମପଡା ବ୍ଲକରେ ଶୋକର ଛାୟା ଖେଳି ଯାଇଛି |

Exit mobile version