Site icon Awaj Media

ପ୍ରତି ଶିଶୁଙ୍କର ପଢ଼ା ଆରମ୍ଭରୁ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷା ନିହାତି ଜରୁରୀ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସମର୍ଥ ଫାଉଣ୍ଡେସନର ଆଲୋଚନା ଚକ୍ର , ପ୍ରତି ଶିଶୁଙ୍କର ପଢ଼ା ଆରମ୍ଭରୁ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷା ନିହାତି ଜରୁରୀ ! ଡ଼ାଙ୍ଗିପିଟାସ୍ଥ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମର୍ଥ ଫାଉଣ୍ଡେସନ ଏବଂ ତାଳବସ୍ତର ଶ୍ରୀ ବିଦ୍ୟା ବାଟିକା ବିଦ୍ୟାଳୟ ଆନୁକୂଲ୍ୟରେ ଚେକ ଗେଟ ଛକ କଲ୍ୟାଣ ମଣ୍ଡପ ପରିସରରେ ଆଜି ଏକ ଆଲୋଚନା ଚକ୍ର “ପବିତ୍ର ଗୁରୁ ପୂର୍ଣ୍ଣିମାରେ ଅଭିଭାବକ ଏବଂ ଛାତ୍ର ସମାଜ ” ଶୀର୍ଷକରେ ଅନୁଷ୍ଠିତ ହୋଇ ଯାଇଛି | ଶ୍ରଦ୍ଧା ଓ ଭକ୍ତିର ସହ ସ୍ଥାନୀୟ ଅଭିଭାବକ ଏବଂ ନିମନ୍ତ୍ରିତ ଜନ ସାଧାରଣ ଯୋଗ ଦେଇଥିଲେ | ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶିବାନୀ ନାୟକ ଏବଂ ମ୍ୟାନେଜିଂ ଡାଇରେକ୍ଟର ରାଜେଶ କୁମାର ରାଉତଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟିରେ ଅତିଥି ଆଲୋଚନ ଭାବେ ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟ (ବୁଲୁ ବାବା ),ପ୍ରକୃତିବନ୍ଧୁ ବିଶ୍ୱ ରଞ୍ଜନ ସ୍ବାଇଁ ଏବଂ ସାମାଜିକ କର୍ମୀ ଅକ୍ଷୟ କୁମାର ସାମଲ ପ୍ରମୁଖ ଯୋଗ ଦେଇଥିଲେ | ସହାୟିକା ଗୁରୁ ମା ଚିନ୍ମୟୀ ବାରିକ, ଅର୍ପିତା ମିଶ୍ର, ମମତା ମହାରଣା, ଶ୍ରଦ୍ଧାଞ୍ଜଳି ପାଲ ଏବଂ ମନୋରମା ସାହୁ ସମସ୍ତ ଛାତ୍ରଛାତ୍ରୀ ଏବଂ ଯୋଗ ଦେଇଥିବା ଅଭିଭାବକଙ୍କୁ ଗୁରୁ ପୂର୍ଣ୍ଣିମାର ମହତ୍ତ୍ୱ ଓ ଗୁରୁଙ୍କ ସମ୍ମାନ ବିଷୟରେ ମଧ୍ୟ ଅବଗତ କରାଇଥିଲେ। ଛାତ୍ରଛାତ୍ରୀମାନେ ନିଜ ଗୁରୁଜନ ଓ ଅତିଥିଙ୍କୁ ପୁଷ୍ପ ଅର୍ପଣ କରି ସମ୍ମାନ ଜଣାଇଥିଲେ। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶିବାନୀ ନାୟକ ଧନ୍ୟବାଦ ଅର୍ପଣ ସହ ଛାତ୍ରଛାତ୍ରୀଙ୍କୁ ଗୁରୁଜନଙ୍କ ପ୍ରତି ସର୍ବଦା ସମ୍ମାନ ଓ କୃତଜ୍ଞତା ପ୍ରଦର୍ଶନ କରିବା ପାଇଁ ଉତ୍ସାହ ପଦ ପ୍ରେରଣା ବକ୍ତବ୍ୟ ରଖିଥିଲେ ।

Exit mobile version