Site icon Awaj Media

ପାରଳାଖେମୁଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଶ୍ରୀ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଶ୍ରୀ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପରମ ପୂଜନୀୟ ଗୈରିକ ଧ୍ୱଜ ନିକଟରେ ପୁଷ୍ପ ଅର୍ପଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡା ଗୁରୁ ପୂର୍ଣ୍ଣିମା ଦିବସର ପୌରାଣିକ ଓ ସାମାଜିକ ମହତ୍ତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅପରାହ୍ନ ରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ,ଆଚାର୍ଯ୍ୟ ଆଚାର୍ଯ୍ୟା ଓ ପରିଚାଳନା ସମିତି ଙ୍କ ଦ୍ଵାରା ପ୍ରାୟ ଦୁଇ ହଜାର ଭକ୍ତଙ୍କୁ ହାଲୁଆ ପ୍ରସାଦ ବଣ୍ଟନ କରାଯାଇଥିଲା ।

Exit mobile version