Site icon Awaj Media

ଆଷାଢ ଯାଇ ଶ୍ରାବଣ ଆସିଲା : ଚାଷୀ ଧାନ ଲଗାଇ ପାରିଲା ନାହିଁ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବର୍ତ୍ତମାନ ଖରିଫ ଋତୁ ରେ ଚାଷୀ ଧାନ ଚାଷ ରେ ଆଶା ରଖିଥିବା ବେଳେ , ଆଜି ପର୍ଯ୍ୟନ୍ତ ବର୍ଷା ନାହିଁ କି କେନାଲ ସଫା ହୋଇ ପାରିଲା ନାହିଁ । ରାମସାଗର ରେ ମଧ୍ୟ ପାଣି କମି ଗଲାଣି , ଜଳ ର ଅଭାବ ରହିଛି । କେନାଲ ରେ ଜଳ ଆସିଲେ ରାମ ସାଗର ରେ ଜଳ ଭର୍ତ୍ତି ହୋଇ ପାରିବ । ଜଳ ସାଗର ରେ ସଞ୍ଚିତ ହୋଇ ପାରିବ ବୋଲି ଚାଷୀ ପ୍ରକାଶ କରିଛନ୍ତି । ଏପଟେ ଆଷାଢ ଯାଇ ଶ୍ରାବଣ ଆସିଲା କିନ୍ତୁ ବର୍ଷା ପର୍ଯ୍ୟାପ୍ତ ହୋଇନାହିଁ । ଚାଷୀ ଆଶା ଆଶଙ୍କାରେ ଧାନ ଚାଷ କରି ବସିଛି ! ଚାଷୀ ଚାତକ ପକ୍ଷୀ ପରି ଅନାଇ ରହିଛି । କେବଳ ଭଗବାନ ଭରସା । ଜଳସେଚନ ବିଭାଗ କେନାଲ ସଫା କରିବା ସହ କେନାଲ ରେ ରାମ ସାଗର ଜଳ ଆସିଲେ ସାଗର ଭରି ହୋଇ ପାରିବ ବୋଲି ଚାଷୀ ପ୍ରକାଶ କରିଛନ୍ତି !

Exit mobile version