Site icon Awaj Media

ଡି ଆର୍ ପି ବିଷ୍ଣୁ ଶକ୍ତି ଚାରିଟି ଟ୍ରଷ୍ଟ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବନ୍ୟା ପ୍ଲାବିତ ଅଞ୍ଚଳରେ ଡି ଆର୍ ପି ବିଷ୍ଣୁ ଶକ୍ତି ଚାରିଟି ଟ୍ରଷ୍ଟ ପକ୍ଷରୁ ଚୁଡ଼ା, ଗୁଡ଼, କଦଳୀ, ବିସ୍କୁଟ, ଚକୋଲେଟ ଇତ୍ୟାଦି ସାମଗ୍ରୀ 220 ଘର କୁ ବଣ୍ଟନ କରାଯାଇଥିଲା ! ଡି ଆର୍ ପି ଟିମ୍ ମେମ୍ବର ମାନେ ଆଣ୍ଠୁଏ ପାଣିରେ ପଶି ଗାଁରେ ଘର ଘର ବୁଲି ସାମଗ୍ରୀ ବାଣ୍ଟିଥିଲେ , ଗତ ତିନି ବର୍ଷ ହେଲା ଲଗାତାର ବନ୍ୟାରେ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବଣ୍ଟନ କରିବା ସହ, ସାନିଟାରୀ ପ୍ୟାଡ ଓ ମେଡିସିନ ମଧ୍ୟ ବଣ୍ଟନ କରୁଛନ୍ତି !

ପ୍ରତ୍ୟେକ ମେମ୍ୱର ନିଜ ନିଜର ସକ୍ଷମ ଅନୁଯାୟୀ ପ୍ରତ୍ୟେକ ସେବା କାର୍ଯ୍ୟ କରନ୍ତି, ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀମତି ରଞ୍ଜୁକ୍ତା ବେହେରା ଓ ଗାଁ ସରପଞ୍ଚ ଆର୍ତବନ୍ଧୁ ବେହେରା ଓ ବୋଧିସତ୍ୱ। ସ୍ୱାଇଁ ଙ୍କ ଜରିଆରେ ଡି ଆର୍ ପି ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା , କୋଷାଧ୍ୟକ ସସ୍ମିତା ରାୟ, ପରାମର୍ଶଦାତା ହରିହର ମୁଦୁଲୀ, ଉପ ପ୍ରତିଷ୍ଠାତା ଦିଲ୍ଲୀପ ଜେନା, କୋର୍ ମେମ୍ବର ଅଜିତ୍ କୁମାର ପଲେଇ,ମେମ୍ବର ଆନିକା ମହାପାତ୍ର ,ମେମ୍ବର ରଶ୍ମିତା ପୃଷ୍ଟି, ମେମ୍ବର ସ୍ଥିତି ପ୍ରଜ୍ଞା,ମେମ୍ବର ସାଇ ସମ୍ପୂର୍ଣ୍ଣ। ,ମେମ୍ବର ସଞ୍ଜୀବ ରାଓ ରାଜୁ ଏବଂ ମାନସ କୁମାର ବେହେରା ଏହି କାର୍ଯ୍ୟରେ ଯୋଗଦାନ କରିଥିଲେ ! ସରକାର ଙ୍କ ପକ୍ଷରୁ ଏ ଯାଏଁ କୌଣସି ସାହାଯ୍ୟ ସହଯୋଗ ନ ମିଳିବା ହେତୁ ଗ୍ରାମବାସୀବୃନ୍ଦ ଅତ୍ୟନ୍ତ ଅସୁବିଧାରେ ରହୁଛନ୍ତି ! ପ୍ରଥମ ଥର ପାଇଁ ଡି ଆର୍ ପି ଅନୁଷ୍ଠାନ ପକ୍ଷରୁ ସାହାଯ୍ୟ ସହଯୋଗ ମିଳିପାରିଛି, କ୍ଲବ ର ସଦସ୍ୟ ଭୁବନେଶ୍ୱର କଳିଙ୍ଗ ନଗର ରୁ ଆସି ବାଙ୍କୀ ଅଞ୍ଚଳରେ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ କରିଥିଲେ ।

Exit mobile version