ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଡ଼ମପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଙ୍କ ନେତୃତ୍ୱରେ ଦିଆଯାଇଥିଲା ଧାରଣା. ଅଭିଯୋଗ ଥିଲା କାର୍ଯ୍ୟାଳୟ ରେ ରହନ୍ତି ନାହିଁ ବିଡ଼ିଓ ଅଂଶୁମାନ ଦାସ. ଡ଼ମପଡା ବ୍ଲକ ଅଧୀନରେ ରହିଥିବା ୧୭ ଗୋଟି ପଂଚାୟତ ରୁ ଆସୁଥିବା ହିତାଧିକାରୀ ଙ୍କ ଦୁଃଖ ଶୁଣିବ କିଏ. ଏଭଳି ଯୁକ୍ତି ରଖି ବିଜେପି ର ଶତାଧିକ କର୍ମୀ କରିଥିଲେ ହୋହାଲ୍ଲା. ତେବେ ବ୍ଲକ ଆଗରେ ବିଜେପି କର୍ମୀଙ୍କ ଧାରଣାକୁ ନେଇ ବାଙ୍କୀ ବିଜେପି ନେତାଙ୍କୁ ଡମପଡା ବ୍ଲକ ଅଧ୍ୟକ୍ଷ ଙ୍କ କଡା କଟାକ୍ଷ ! କାମଳ ରୋଗ ହୋଇଥିବା ରୋଗୀକୁ ସବୁ ହଳଦିଆ ଦେଖା ଯାଉଥିବା ନ୍ୟାୟରେ , ଦୁର୍ନୀତିରେ ବୁଡି ରହିଥିବା ନେତାଙ୍କୁ ବ୍ଲକ ର ଅନିୟମିତତା ଦେଖାଯିବା ଘଟଣା ଠିକ ସେମିତି ବୋଲି ନିଜ ହ୍ଵାଟ୍ସଆପ ସ୍ଟାଟସ ରେ ଉଲ୍ଲେଖ କରିଛନ୍ତି ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ ! ଏପରିକି ବାଙ୍କୀ ର କିଛି ବିଜେପି ନେତା ଆଗରୁ ଅନ୍ୟ ଦଳରେ ଥିବା ସମୟରେ ଡମପଡା ବ୍ଲକ ରୁ ଅତୀତରେ ବହୁ ଅର୍ଥ ରୋଜଗାର କରିଥିବା କଥା ମଧ୍ୟ ଉଲ୍ଲେଖ ରହିଛି ! ଏବେ କିଛି ନେତା ନିଜେ ବିଜେପିରେ ଅପ୍ରାସଙ୍ଗିକ ହୋଇ ପଡିଥିବା ବେଳେ , ବ୍ଲକ ରେ ଅନିୟମିତତା ହେଉଥିବା କଥା କହିବା ସୈତାନ ର ବେଦପାଠ ସଦୃଶ ବୋଲି କଡା ଟିପ୍ପଣୀ ଦେଇଛନ୍ତି ଡମପଡା ବ୍ଲକ ଅଧ୍ୟକ୍ଷ !
ବାଙ୍କୀ ବିଜେପି ନେତାଙ୍କୁ – ଡମପଡା ବ୍ଲକ ଅଧ୍ୟକ୍ଷ ଙ୍କ କଡା କଟାକ୍ଷ !!!

