Site icon Awaj Media

ବନ୍ୟା ଜଳରେ ବୁଡିଲା ହାଇୱା ଗାଡି : ତାଳବସ୍ତ ଗ୍ରାମ ପଂଚାୟତର ବାଟବନ୍ଧ ରାସ୍ତା !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବନ୍ୟା ଜଳରେ ବୁଡିଲା ହାଇୱା ଗାଡି | ତାଳବସ୍ତ ଗ୍ରାମ ପଂଚାୟତର ବାଟବନ୍ଧ ରାସ୍ତା , ଡ୍ରାଇଭର ଫେରାର ! ତାଳବସ୍ତ ଫାଣ୍ଡୀ ତରଫରୁ ଗାଡି ଜବତ , ବନ୍ୟା ପାଇଁ ରାସ୍ତା ଖରାପ ଥିବାରୁ ଉଭୟ ଚାଳକ ଏବଂ ଲୋକମାନେ ନିଜେ ସଚେତନ ହେବାକୁ ଡମପଡା ବିଡ଼ିଓ କହିଲେ | ବାଙ୍କୀରେ ମହାନଦୀ ଜଳ ଏବେ କମିବାରେ ଲାଗିଅଛି |କିନ୍ତୁ ଗତକାଲି ରାତି ଅଧରେ ପ୍ରବଳ ବର୍ଷା ପାଇଁ ପୁନର୍ବାର ତାଳବସ୍ତ ଖୋର୍ଦ୍ଧା ରାସ୍ତା ପାର୍ଶ୍ୱରେ ଥିବା ବିଲ ଗୁଡିକ ଜଳ ଭର୍ତ୍ତି ହୋଇଯାଇଛି | ଆଜି ସକାଳୁ ଭୋରୁ ଭୋରୁ ତାଳବସ୍ତ, ବାଟବନ୍ଧ ଫାର୍ମ ହାଉସ ବୁଲାଣି ରାସ୍ତା ପାର୍ଶ୍ଵରେ ଏକ ବଡ଼ ସିମେଣ୍ଟ ଡଷ୍ଟ ବୋଝେଇ ଗାଡି ଅନ୍ୟ ଏକ ଗାଡିକୁ ଅତିକ୍ରମ କରିବାକୁ ଦେଇ ନିଜେ ରାସ୍ତା କଡ଼ରେ ଥିବା ବନ୍ୟା ଜଳକୁ ଖସି ଯାଇଛି | ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି | ଖବର ପାଇ ସ୍ଥାନୀୟ ତାଳବସ୍ତ ଫାଣ୍ଡୀ ଅଧିକାରୀ ଏସ କେ ସହବଜାନ ଘଟଣା ସ୍ଥଳରେ ପହଂଚି ଗାଡିକୁ ଜବତ କରିବା ସହିତ ତଦନ୍ତ କରୁଛନ୍ତି | ବାଙ୍କୀର ସାମାଜିକ କର୍ମୀ ଅକ୍ଷୟ କୁମାର ସାମଲ କୁହନ୍ତି ଯେ ସେହି ସ୍ଥାନରେ ମାସକରେ 7/8 ଟି ଦୁର୍ଘଟଣା ଘଟୁଅଛି | ବାହାର ସ୍ଥାନରୁ ଆସୁଥିବା ଗାଡିଗୁଡିକ ଏଠାରେ ଏକ ବୁଲାଣି ରହୁଛି ବୋଲି ଜାଣିବାରେ ସମର୍ଥ ହେଊ ନାହାନ୍ତି, ତେଣୁ ବଡ଼ ସୂଚନା ଫଳକ ରେଡିୟମ ଆଲୋକ ସହିତ ଲଗେଇବା ଦରକାର | ଗୋଡ଼ିପଟଣା ଲୋକମାନଙ୍କର କହିବାନୁସାରେ ଜାତମୁଣ୍ଡିଆରୁ ସାମନ୍ତରାପୁର ଗ୍ରାମ ପର୍ଯ୍ୟନ୍ତ ବର୍ତ୍ତମାନ ହେଉଥିବା ପ୍ରଶସ୍ତିକରଣ ରାସ୍ତା କାମର ନବ ନିର୍ମିତ ରାସ୍ତା ପାର୍ଶ୍ଵ ଗୁଡିକରେ ନାଲି ଗୋଡି ମୋରମ ମାଟି ପକେଇବା ଦରକାର | ଫଳରେ ଦୁଇଟି ଗାଡି ପରସ୍ପରକୁ ଅତିକ୍ରମ କଲାବେଳେ ମାଟି ଦବନ୍ତା ନାହିଁ, ଫଳରେ ଦୁର୍ଘଟଣା ସଂଖ୍ୟା କମନ୍ତା | ଚଳିତ ବର୍ଷ ବନ୍ୟା ପାଇଁ ସମସ୍ତ ମୁଖ୍ୟ ରାସ୍ତା ଗୁଡିକ ବିପଦ ସଂକୁଳ ଅବସ୍ଥାରେ ରହିଛି | ତେଣୁ ଗାଡି ଚାଳକ ମାନେ ଏଥିପ୍ରତି ସଚେତନ ରହିବା ଦରକାର ବୋଲି ଡମପଡା ବିଡ଼ିଓ ଅଂଶୁମାନ ଦାସ କହିଛନ୍ତି | |

Exit mobile version