Site icon Awaj Media

ଦୁଲଣାପୁର ଗ୍ରାମ ପଞ୍ଚାୟତରେ ବାରହା ଆକ୍ରମଣରେ ଛ ଜଣ ଆହତ : ପ୍ରଶାସନ ପକ୍ଷରୁ ସହାୟତା ନାହିଁ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଦୁଲଣାପୁର ଗ୍ରାମ ପଞ୍ଚାୟତରେ ବାରହା ଆକ୍ରମଣରେ ଛ ଜଣ ଆହତ , ପ୍ରଶାସନ ପକ୍ଷରୁ ସହାୟତା ନାହିଁ ! ଚଳିତ ବର୍ଷର ଦାରୁଣ ମହାନଦୀ ବନ୍ୟା ବାଙ୍କୀବାସୀଙ୍କ ବହୁ କ୍ଷୟକ୍ଷତି ସହିତ ମନୋବଳ ଭାଙ୍ଗି ଦେଇଛି | ବର୍ତ୍ତମାନ ଶାରଦ ଧାନ ଚାଷ ରୁଆପୋତା କରିବାର ସମୟ ଅଟେ | ଡମପଡା ବ୍ଲକର ତାଳବସ୍ତ, ଅରପୁର, ଦୁଲଣାପୁର ଗ୍ରାମ ଗୁଡିକ ଚନ୍ଦକା ଡମପଡା ଅଭୟାରଣ୍ୟ ସୀମାକୁ ଲାଗି ରହିଛି |ଖରାଦିନେ ଜଙ୍ଗଲୀ ହାତୀଙ୍କ ଉତ୍ପାତ ବଢୁଥିବା ସମୟରେ ବର୍ତ୍ତମାନ ସମୟରେ ପାଖ ଜଙ୍ଗଲ ମାନଙ୍କରେ ବାରହା ସଂଖ୍ୟା ବହୁ ମାତ୍ରାରେ ବଢ଼ି ଯାଇଛି, ଯାହା ଫଳରେ ରାତ୍ର ସମୟରେ ଜଙ୍ଗଲ ଭିତରୁ ଆସି ଚାଷୀଙ୍କ ବିଲ ହୁଡ଼ା ଏବଂ ପାଟ ମାନଙ୍କ ଜୋରରେ ରହି ଧାନ ତଳି ନଷ୍ଟ କରିବା ଏବଂ ଧାନ ବିଲରେ ପଶି ଧାନ ଗଛ ଗୁଡିକ ନଷ୍ଟ କରୁଛନ୍ତି ବୋଲି ତାଳବସ୍ତ ଜଙ୍ଗଲ ବିଭାଗ କର୍ମଚାରୀ ଶ୍ରୀନିବାସ ନାୟକ କୁହନ୍ତି | ପାଞ୍ଚଦିନ ତଳେ ବାଙ୍କୀରେ ପ୍ରଥମ ମହାନଦୀ ଜଳ ପ୍ରବାହିତ ହେବା ସମୟରେ ଦୁଲଣାପୁର ଗ୍ରାମ ପଂଚାୟତର ପୃଥକ ପୃଥକ ଦୁଇଟି ସ୍ଥାନରେ ଏକ ଜଙ୍ଗଲୀ ବାରହା ଦୁଲଣାପୁର ଗ୍ରାମର ଛଅ ଜଣ ବାସିନ୍ଦା ବିମଳି ସାହୁ (72),ରିତାଞ୍ଜଳୀ ସାହୁ (42),ଅଶୋକ କୁମାର ସାହୁ (45),ଚାନ୍ଦିନୀ ସାହୁ (17),ସ୍ବର୍ଣ୍ଣପ୍ରଭା ରାଉତ (40),ନଳିନୀ ରାଉତ (75)ଙ୍କୁ ଗୁରୁତର ଆକ୍ରମଣ କରି ଲହୁ ଲୁହାଣ କରିଥିଲା | ପରବର୍ତ୍ତୀ ସମୟରେ ସମସ୍ତଙ୍କୁ ବାଙ୍କୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | ବର୍ତମାନ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଥିଲେ ମଧ୍ୟ ନଳିନୀ ରାଉତ, ସ୍ବର୍ଣ୍ଣପ୍ରଭା ରାଉତ, ବିମଳି ସାହୁ ଘରୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପାରୁନାହାନ୍ତି | କାହାର ଅଣ୍ଟାରେ ମାଂସ ନାହିଁତ କାହାର ହାତ ଆଙ୍ଗୁଠି ଗୋଟେ ନାହିଁ | ଏମାନଙ୍କ ପରିବାର ସବୁ ଦିନ ମଜୁରିଆ ଅଟନ୍ତି | ନଳିନୀ ରାଉତଙ୍କ ପୁଅ ଶ୍ରୀନିବାସ ରାଉତ, ବୟସ 42 କୁହନ୍ତି ଯେ ଆଜକୁ 5 ଦିନ ହେବ କାମଦାମ ବନ୍ଦ କରି ନିଜର ପତ୍ନୀ ଏବଂ ସ୍ତ୍ରୀ ଙ୍କୁ ଅଟୋ କରି ମେଡିକାଲ ଡ୍ରେସିଂଙ୍ଗ କରିବାକୁ ନେଉଛନ୍ତି |ପ୍ରତିଦିନ ସରକାରୀ ଔଷଧ ବ୍ୟତୀତ ହଜାର ହଜାର ଟଙ୍କା ବାହାର ମେଡ଼ିସିନ ମଧ୍ୟ କିଣିବାକୁ ହେଉଛି | ପରିଣତ ବୟସରେ ଗୁରୁତର ହୋଇଥିବା ନଳିନୀ ରାଉତଙ୍କର ହାତ ପ୍ଲାଷ୍ଟିକ ସର୍ଜରୀ ହେବ | ସରକାରଙ୍କର କୌଣସି ସାହାଯ୍ୟ ସହଯୋଗ ଆମ ପାଖରେ ଆସି ପହଂଚି ନାହିଁ | ଡମପଡା ବ୍ଳକ ଅଧ୍ୟକ୍ଷ, ବିଡ଼ିଓ କି ବାଙ୍କୀ ଉପ ଜିଲ୍ଲାପାଳ କାହାଙ୍କ ତରଫରୁ ଦୁଃଖର ସମବେଦନା ନାହିଁ | ଦୁଲଣାପୁର ଗ୍ରାମ ପଂଚାୟତର ସରପଞ୍ଚ ସବିତା ସାହୁ କୁହନ୍ତି ଯେ ମୁଁ ବ୍ଳକ ପ୍ରଶାସନକୁ ତତ କ୍ଷଣତା କିଛି ରେଡ କ୍ରସ ସହାୟତା ପାଇଁ ଦାବି କରିଥିଲେ ବି, ବନ୍ୟା ଆଳରେ ମୋ କଥାକୁ ଗୁରୁତ୍ୱ ଦେଇ ନାହାନ୍ତି |ତାଳବସ୍ତ ଡମପଡା ବନପାଳ ବାଲେଶ୍ୱର କୁଆଁର ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟସ୍ତ ରହି କେବଳ କର୍ମଚାରୀଙ୍କୁ ପଠାଇ ଦେଇ ଲେଖାପଢ଼ା କରି ନିଜର ଦାୟିତ୍ୱ ସାରି ଦେଇଛନ୍ତି | ସନ୍ଧ୍ୟା ହେଲେ ଦୁଲଣାପୁର ଗାଁ ଲୋକ ବାରହା ଭୟରେ ତାଟି କବାଟ ଦେଇ ଘରେ ରହୁଛନ୍ତି | କାମୁଡିଥିବା ହିଂସ୍ର ବାରହା ଟି ଏବେ ବି ଆକ୍ରମଣ କରିଥିବା ଲୋକମାନଙ୍କ ଘର ପାଖରେ ଲୁଚି ଛପି ରହି ବୁଲୁଥିବାର ଅଶୋକ କୁମାର ସାହୁ କୁହନ୍ତି | ଡମପଡା ଚନ୍ଦକା ଜଙ୍ଗଲ ବିଭାଗ ଏବଂ ତାଳବସ୍ତ ଡମପଡା ବନପାଳ କାର୍ଯ୍ୟଳୟ ତରଫରୁ ଗାଁରେ ବୁଲୁଥିବା ବାରହା ମାନଙ୍କୁ ଜଙ୍ଗଲକୁ ନେବାର କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ସାମାଜିକ କର୍ମୀ ମକରା ଜେନା ଅଭିଯୋଗ କରିଛନ୍ତି | ଦୁଲଣାପୁର ଗ୍ରାମର ସମସ୍ତ ଛଅ ଜଣ ବାରହା ଆକ୍ରମଣ କାରି ଲୋକଙ୍କୁ ବ୍ଳକ ପ୍ରଶାସନ ତରଫରୁ ସରକାରୀ କ୍ଷତିପୂରଣ ଆର୍ଥିକ ସହାୟତା ଦେବାକୁ ଜନ ସାଧାରଣ ଦାବି କରିଛନ୍ତି | ଏ ସମ୍ପର୍କରେ ଡମପଡା ବିଡ଼ିଓ ଅଂଶୁମାନ ଦାସଙ୍କ ଦୃଷ୍ଟି ଆକର୍ଷଣ କଲାପରେ କହିଛନ୍ତି ଯେ ବର୍ତ୍ତମାନ ବାଙ୍କୀରେ ଭୟାବହ ବନ୍ୟା ଆଗକୁ ଜିଲ୍ଲାପାଳଙ୍କ ଜନ ଶୁଣାଣି ଅଭିଯୋଗ ରହିଛି |ତେଣୁ ତାହାରି ଭିତରେ ବି, ସରକାରଙ୍କ ତରଫରୁ ଯାହା ସାହାଯ୍ୟ ସହଯୋଗ ରହିଛି ମୁଁ ବନପାଳଙ୍କ ସହିତ କଥା ହୋଇ ଶୀଘ୍ର ପାଇବାର ବ୍ୟବସ୍ଥା କରୁଅଛି |

Exit mobile version