ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ ଚତୁର୍ଥ କନଫରାନ୍ସ ହଲ ଠାରେ ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନି ମାଝୀ , ଉପ ଜିଲାପାଳ ଅନୁପ ପଣ୍ଡା , ଜିଲ୍ଲା ସମାଜ କଲ୍ୟାଣୀ ଅଧିକାରୀ ମନୋରମା ଦେବୀ, ମହିଳା ସୁରକ୍ଷା ଅଧିକାରୀ ସାରଳା ପାତ୍ର , ସାଇବର ସୁରକ୍ଷା ଡିଏସପି , ବନ୍ଧନ ବ୍ୟାଙ୍କ ର ମ୍ୟାନେଜର ପ୍ରମୁଖ ଅତିଥି ରୂପର ଉପସ୍ଥିତ ରହିଥିଲେ ! ଡିଏସପି ମହୋଦୟ ନାରୀ ସୁରକ୍ଷା ଏବଂ ସାଇବର୍ ସୁରକ୍ଷା ଉପରେ ସଚେତନ କରାଇଥିଲେ । କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ , ଆଶା ଦିଦି, କଲେଜ ଛାତ୍ରୀ, ସ୍କୁଲ ଛାତ୍ରୀ , ବିଭିନ୍ନ ସାମାଜିକ ଅନୁଷ୍ଠାନ ର ସଦସ୍ୟା ଉପସ୍ଥିତ ଥିଲେ ।
ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ କର୍ମଶାଳା !!!

