Site icon Awaj Media

ଅଂଚଳ ବିକାଶ ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ସାମାଜିକ କର୍ମୀ ଇଂ.ଗିରିଜା ଶଙ୍କର ଜୀ !!!

Spread the love

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : ସାମାଜିକ ସଙ୍ଗଠନ ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ସଭାପତି ଯୁବ ସମାଜସେବୀ,ପରିବେଶବିତ୍ ତଥା ଗବେଷକ ଇଂ.ଗିରିଜା ଶଙ୍କର ପତି ଜୀ କଟକ ଜିଲ୍ଲା ମାନ୍ୟବର ସାଂସଦ ମହାନ୍ ରାଜନେତା,ସାହିତ୍ୟିକ ଶ୍ରୀ ଭର୍ତ୍ତୃହରି ମହତାବ ମହୋଦୟଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ସୌଜନ୍ୟ ମୂଳକ ସାକ୍ଷାତ କରି ବର୍ତ୍ତମାନର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଆଗାମୀ ଦିନରେ କିପରି ଯୁବ ସମାଜ ରାଷ୍ଟ୍ରର ପ୍ରଗତିରେ ତାଙ୍କର ଭୂମିକା କଣ ହେବା ଉଚିତ୍ ବା ସେହି ଦିଗରେ ଉପଯୁକ୍ତ ଶିକ୍ଷାଦାନ ସହ ଜନ ଜାଗରଣ,ପରିବେଶ ସୁରକ୍ଷା,କୃଷି ସଂରକ୍ଷଣ ତଥା ଜଳସେଚନ ବ୍ୟବସ୍ଥା ଓ ଏଆଇ ଜ୍ଞାନ କୌଶଳକୁ ଗ୍ରାମାଞ୍ଚଳରେ କିପରି ପ୍ରୟୋଗ କରାଯିବ ଉଚିତ୍ ତାହା ଦ୍ଵାରା ଚାଷୀ ମାନେ କିପରି ଆଧୁନିକ ଭାବରେ ଓ କ୍ଷତିଗ୍ରସ୍ତ ନହେଇ ଅଧିକ ଲାଭବାନ ହେଇ ପାରିବେ,ସ୍ୱଚ୍ଛ ପାନୀୟ ଜଳ ପ୍ରତ୍ୟେକ ଘରେ କିପରି ପହଞ୍ଚିବ, ସ୍ବାସ୍ଥ୍ୟ ସେବାର ଆଧୁନିକ ପ୍ରୟୋଗ କିପରି ଗ୍ରାମାଞ୍ଚଳରେ ସୁବିଧାରେ ମିଳି ପାରିବ,କେନାଲ ବନ୍ଧ ଆଦି ସୁରକ୍ଷିତ ରଖାଯିବ ଏପରି ଅନେକ ଗଠନ ମୂଳକ ବିଭିନ୍ନ ତଥ୍ୟ ଉପରେ ଆଲୋଚନା କରିଥିଲେ । କଟକ ସଦର ୪୨ ମୌଜା ନିବାସୀ ଯୁବ ସଂଗଠକ ଇଂ.ପତିଙ୍କ ଏତାଦୃଶ ଅଂଚଳ ବିକାଶ ମନୋଭାବ ମାନବୀୟ ଚିନ୍ତା ଚେତନାକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି ।

Exit mobile version