ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ବାରଙ୍ଗ ବ୍ଳକର ଶୈକ୍ଷିକ ଜଗତ ପାଇଁ ଏକ ସ୍ମୃତି ବିଜଡିତ ହେଲା ଭଳି ଦିବସ ଅଗଷ୍ଟ ମାସ ୭ ତାରିଖ ,୨୦୨୬ । ଜଣେ ପ୍ରତୀତଯଶା ଶିକ୍ଷକଙ୍କ ସରକାରୀ ଭାବେ ବୃତ୍ତିଗତ କାର୍ଯ୍ୟରୁ ଅବସର ଗ୍ରହଣ କରିବାର ଅବସର । ହୃଦୟରେ ଓଦା ଓଦା ଭାବ ଜାଗ୍ରତ ହେବାର ମୁହୂର୍ତ୍ତ । ବାରଙ୍ଗ ବ୍ଲକ ଅନ୍ତର୍ଗତ ବଡ଼ ମୁଣ୍ଡଳୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଭାକର ସାହୁ ଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ , ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ନାୟକ ଙ୍କ ସଭାପତିତ୍ୱରେ ମହାସମାରୋହର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ କଣ୍ଢେଇ ସାହୁ, ମୁଖ୍ୟବକ୍ତା ମନୋଜ କୁମାର ସ୍ୱାଇଁ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ କଟକର ସଭାପତି , ସମ୍ମାନିତ ଅତିଥି ଭାବେ ସି ଆର ସି ସି ବନଲତା ବେହେରା, ପ୍ରାକ୍ତନ ଶିକ୍ଷକ ଶ୍ରୀବତ୍ସ ଦାଶ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସୁମିତ୍ରା ସାହୁ, ସମାଜସେବୀ ଅଶ୍ୱିନୀ କୁମାର ସାହୁ, ଆଲୁମୁନି କମିଟିର ଉପ ସଭାପତି ଅମୂଲ୍ୟ କୁମାର ରାଉତ ମାନ୍ୟଗଣ୍ୟ ଅତିଥିବୃନ୍ଦ ,ଶିକ୍ଷକ ଶିକ୍ଷୟିତ୍ରୀ, ସହକର୍ମୀଙ୍କ ଉପସ୍ଥିତ ପୂର୍ବକ ଅବସରକାଳୀନ ସମ୍ବର୍ଦ୍ଧିତ ଶିକ୍ଷକଙ୍କ ବୃତ୍ତିଗତ ଜୀବନର ସ୍ମୃତି ବଖାଣିବା ସହ ଅବସରକାଳୀନ ଜୀବନର ଶୁଭକାମନା କରାଯାଇଛି।ସେ ଆପଣା ଗୁଣରେ ଜଣେ ଅମାୟିକ, ଭଦ୍ର,ମେଳାପୀ,ନିଜ କାର୍ଯ୍ୟ ପ୍ରତି ସମର୍ପିତ ,କର୍ତ୍ତବ୍ୟନିଷ୍ଠ ତଥା ଅତ୍ୟନ୍ତ ଛାତ୍ରଛାତ୍ରୀବତ୍ସଳ ବ୍ୟକ୍ତିତ୍ୱ । ସହକର୍ମୀଙ୍କ ପାଇଁ ସେମାନେ ଯେପରି ଶ୍ରଦ୍ଧାଶୀଳ, ସେହିପରି ଆଦର ଅଭ୍ୟର୍ଥନାର ଗନ୍ତାଘର। ଆପଣାର ବୃତ୍ତିଗତ ଜୀବନର ସୁଦୀର୍ଘ ଚଲାପଥରେ ଯେଉଁ ସ୍ବର୍ଣ୍ଣିମ ସ୍ବାକ୍ଷର ସବୁ ଛାଡ଼ି ଯାଇଛନ୍ତି ତାହା ସମସ୍ତଙ୍କୁ ସ୍ମୃତିବିଜଡ଼ିତ କରି ରଖିବ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସହକର୍ମୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଅବସରକାଳୀନ ସମ୍ବର୍ଦ୍ଧନା !!!

