Site icon Awaj Media

ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଏବେ ଚାଲିଛି ଧାରଣା ଋତୁ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ କାର୍ଯ୍ୟାଳୟ ଆଗରେ ଶୁଭୁଥିଲା – ଜୟ ଶ୍ରୀରାମ , ଭାରତ ମାତାକି ଜୟ ନାରା ! ଏପରି ସ୍ଲୋଗାନ ସାଧାରଣତଃ ଭାରତୀୟ ଜନତା ପାର୍ଟି କାର୍ଯ୍ୟକ୍ରମରେ ଶୁଣିବାକୁ ମିଳିଥାଏ ! ତେବେ ରାଜ୍ୟରେ ସରକାର ତ ବିଜେପି ର , ଅସୁବିଧା କଣ ହେଲା ଯେ ବ୍ଲକ ଆଗରେ ଧାରଣା , ତାହା ପୁଣି ବିଜେପି ତରଫରୁ ! ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଏବେ ଚାଲିଛି ଧାରଣା ଋତୁ ! ଦୁଇ ଦିନ ତଳେ ବାଙ୍କୀ ବ୍ଲକ ଭିତରେ ବିଜେପି ନେତା ତୁଷରାକାନ୍ତ ଚକ୍ରବର୍ତ୍ତୀ ନିଜ ସମର୍ଥକଙ୍କ ସହ ହୋ ହାଲ୍ଲା କରିଥିଲେ ! ଅଭିଯୋଗ ଥିଲା – ବିକଶିତ ଗାଁ ବିକଶିତ ଓଡିଶା କାମ ନାମ ରେ ଆସିଥିବା ଅର୍ଥ ଚଳୁ ହୋଇଛି ! ଆଜି ଧାରଣାର କାରଣ ବୁଝିବା ବେଳକୁ ବ୍ଲକ କାର୍ଯ୍ୟାଳୟ ରେ ରହନ୍ତି ନାହିଁ ବିଡ଼ିଓ ଅଂଶୁମାନ ଦାସ. ଡ଼ମପଡା ବ୍ଲକ ଅଧୀନରେ ରହିଥିବା ୧୭ ଗୋଟି ପଂଚାୟତ ରୁ ଆସୁଥିବା ହିତାଧିକାରୀ ଙ୍କ ଦୁଃଖ ଶୁଣିବ କିଏ . ଆଉ ଏପରି କ୍ରମରେ ଲାଗୁଛି ଆଗକୁ ବୋଧେ ବାରଙ୍ଗ ବ୍ଲକ ପାଳି ! କିମ୍ବା ଯଦି ହିସାବ କିତାବ ଠିକ ଥିବ ତେବେ ଧାରଣା ହୋ ହାଲ୍ଲା ହେଇ ନପାରେ ! ତେବେ ଆଜି ଡମପଡା ବ୍ଲକ ପରିସରରେ ଧାରଣା ସମୟରେ ବ୍ଲକ ର ବହୁ ନିର୍ବାଚିତ ସଦସ୍ୟ ଏବଂ ବାଙ୍କୀ ବିଧାୟକଙ୍କ ସମର୍ଥକ ଅଟକ ଥିବା ଏବିଡିଓ ଙ୍କୁ ଗହଳି ବାହାରକୁ ନେଇ ଆସିଥିବାର ଦେଖିବାକୁ ମିଳିଥିଲା ! ବାଙ୍କୀ ବ୍ଲକ ରେ ତୁଷାରକାନ୍ତ ଚକ୍ରବର୍ତ୍ତୀ ଦେଖାଇଥିବା ପତିଆରା ଆଜି ଡମପଡା ବ୍ଲକ ରେ ମଉଳି ଯାଇଛି ! ସେ ଯାହା ବି ହେଉ , ଅଭିଯୋଗ ହେଉଛି ମାନେ ବାଙ୍କୀ ପ୍ରଶାସନ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଦରକାର ! ହେଲେ ଆଗକୁ ଆମେ ଦେଖାଇବୁ ଏ ଧାରଣା ଋତୁର ମୂଳ କାରଣ କଣ !

 

 

 

 

Exit mobile version