Site icon Awaj Media

ନିଉଟ୍ରାଲ ଗିଅର ରେ ରହିଯାଇଛି ବାଙ୍କୀ ବିଜେଡି !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ନିଉଟ୍ରାଲ ଗିଅର ରେ ରହିଯାଇଛି ବାଙ୍କୀ ବିଜେଡି ! ନା ନେତା ବଛା ହେଉଛନ୍ତି , ନା ଦଳୀୟ କାମ ହେଉଛି ! ବାଙ୍କୀ ବିଧାୟକ ବିଜେଡି ରୁ ନିଲମ୍ବିତ ହେବା ପରେ , ବାଙ୍କୀ ବିଜେଡିର ସାଙ୍ଗଠନିକ କାମ ହୋଇଯାଇଛି ଠପ ! ବିଭିନ୍ନ ସରକାରୀ କାର୍ଯ୍ୟକ୍ରମଠୁ ଆରମ୍ଭ କରି , ବ୍ୟକ୍ତିଗତ ଗସ୍ତ ସୂଚୀ ରେ ନିର୍ବାଚନ ମଣ୍ଡଳୀରେ ବୁଲୁଛନ୍ତି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ! ଏପରିକି ବନ୍ୟା ସମୟରେ ମଧ୍ୟ ବିଭିନ୍ନ ଗ୍ରାମକୁ ଯାଇ ବନ୍ୟା ପ୍ରପୀଡିତଙ୍କୁ ଭେଟି ଭଲ ମନ୍ଦ ବୁଝିଥିଲେ ! ହେଲେ ବିଜୁ ଜନତା ଦଳ ତରଫରୁ ଦେଖିବାକୁ ମିଳିଲାନି କିଛି କାର୍ଯ୍ୟକ୍ରମ ! ବିଧାୟକ ନିଲମ୍ବିତ ହେବା ପରେ ବାଙ୍କୀର ସାଙ୍ଗଠନିକ ଦାୟିତ୍ୱ ନେଲେ ନୟାଗଡ ବିଧାୟକ ଅରୁଣ ସାହୁ ! ମେ ମାସରେ ବିନ୍ଧାଣିମା ଗସ୍ତ ସମୟରେ ଜାତମୁଣ୍ଡିଆ ସେତୁ ପାଖରେ ଗଣମାଧ୍ୟମକୁ ଡାକି ପବନ କରି ଗୁଡ଼ାଏ ଭାଷଣ ଦେଲେ ! ରଜ କୁ ଅତିଥି ହୋଇ ବାଙ୍କୀ ଗଲେ , ଦୋଳି ଖେଳି ପୋଡ ପିଠା ଖାଇ ଚାଲି ଆସିଲେ ରାଜଧାନୀ ! କିନ୍ତୁ ନେତା କିଏ ହେବ ପଚାରିଲେ ପଦେ ବି କାହାରି ପାଟି ଫିଟୁନି ! ବଡମ୍ବା ନେତା ତଥା ଦଳୀୟ ଉପ ସଭାପତି ଦେବୀ ମିଶ୍ର ମିଶ୍ରଣ ପାଇଁ ଯୋଗାଯୋଗରେ ବ୍ୟସ୍ତ , ଅରୁଣ ବାବୁଙ୍କର ନିଜ ସ୍ଥିତି ଅସମ୍ଭାଳ ! ତେଣେ ବାଙ୍କୀରେ ନବୀନ ବାବୁଙ୍କ ଫଟୋ ଆଉ ଶଙ୍ଖ ଚିହ୍ନ ମାରି ନିଜକୁ ଅସଲ ବିଜେଡି କହି କେତେ ଦିନ ମାତିଥିବା କିଛି ଆଗଧାଡିର କର୍ମୀ ଶଙ୍ଖ ଭବନରୁ ସଂକେତ ନପାଇ ନୀରବ ହୋଇଗଲେଣି ! ବାଙ୍କୀର ବିଭିନ୍ନ ଘଟଣାକୁ ନେଇ ଫେସ ଟୁ ଫେସ ହୋଇ ରହିଛନ୍ତି ବାଙ୍କୀ ଜନତା ଦଳର କର୍ମୀ ଆଉ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ସହଯୋଗୀ ! ଏପରି ଅବସ୍ଥା ଲାଗି ରହିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳକୁ ପ୍ରାର୍ଥୀ ମଧ୍ୟ ମିଳିବେ ନାହିଁ ବୋଲି ରାଜନୀତି ବିଶେଷଜ୍ଞ କହିଲେଣି !

Exit mobile version