Site icon Awaj Media

ଭାରତୀୟ ଡାକ ପ୍ରଶାସନିକ କାର୍ଯ୍ୟାଳୟ କର୍ମଚାରୀ ସଂଘ ର ରାଜ୍ୟ ସ୍ତରୀୟ ଅଧିବେଶନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭାରତୀୟ ବିଦ୍ୟାଭବନ ଠାରେ ଓଡିଶା ର ଭାରତୀୟ ଡାକ ପ୍ରଶାସନିକ କର୍ମଚାରୀ ସଂଘର ପ୍ରଥମ ରାଜ୍ୟସ୍ତରୀୟ ଅଧିବେଶନ ମହାସମାରୋହରେ ଆୟୋଜିତ ହୋଇଯାଇଛି। ଅଧିବେଶନ କୁ ଓଡିଶା ବିଜେପି ଉପସଭାପତି ଗୋଲକ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଓଡିଶା ଡାକ ସେବା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଏ କୋରାଗୋପା, ଭାରତୀୟ ମଜଦୁର ସଂଘର ସରକାରୀ କର୍ମଚାରୀ ରାଷ୍ଟ୍ରୀୟ ପରିସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ କିଶୋର କୁମାର କର, ସର୍ବ ଭାରତୀୟ ସ୍ତରର ସଂଘର ରାଷ୍ଟ୍ରୀୟ ମହାମନ୍ତ୍ରୀ ଶ୍ରୀଯୁକ୍ତ ଅପୂର୍ବା କାଢ଼ିଆ, ଭାରତୀୟ ଡାକ କର୍ମଚାରୀ ମହାସଂଘ ନୂଆ ଦିଲ୍ଲୀର ସଭାପତି ଶ୍ରୀଯୁକ୍ତ ତ୍ରିଲୋକି ଟଣ୍ଡନ ଓ ଓଡିଶା ବିଧାନସଭାର ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଶ୍ରୀଯୁକ୍ତ ଖଗେଶ୍ବର ମଲ୍ଲିକ ଯୋଗଦାନ କରିଥିଲେ । ଡାକ ବିଭାଗର ଉନ୍ନତିକରଣ, ଜନସାଧାରଣଙ୍କୁ ଭନ୍ନ‌ତ ଧରଣର ସେବା ଯୋଗାଇଦେବା ଓ ଆଗାମୀ ଅଷ୍ଟମ ବେତନ କମିଶନ ଓ ପୁରୁଣା ପେନସନ ପୁନର୍ବାର ଲାଗୁ କରାଇବା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା । ସଂଘର ପ୍ରମୁଖ ମୁଖ୍ୟ କର୍ମ କର୍ତା ଶ୍ରୀଯୁକ୍ତ ଅଜିତ୍ କୁମାର ଦାସ ଙ୍କ ପ୍ରଚେଷ୍ଟାରେ ଭକ୍ତ ସଂଘ ଓଡିଶା ରେ ସ୍ଥାପିତ ହୋଇପାରିଛି। ଏହାଛଡା ସଂଘର ଶ୍ରୀଯୁକ୍ତ ସୁଧାଂଶୁ ଶେଖର ତ୍ରିପାଠି, ଜ୍ଞାନ ରଞ୍ଜନ ମିଶ୍ର, ଜୀବନ ଜ୍ୟୋତି ବିଶ୍ବାଳ, ରାଜେଶ ଦେହୁଡି, ଓ ରାକେଶ ନାୟକ ଏବଂ ସମସ୍ତ କର୍ମକର୍ତା ମାନେ ସାମ୍ପ୍ରତିକ ପରିସ୍ଥିତିରେ ସଂଘକୁ ମଜଭୁତ କରିବା ସହିତ ନୂତନ ସଭ୍ୟ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିଥିଲେ I ଭକ୍ତ ଅବେଶନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଘର ଆବାହକ ଶ୍ରୀଯୁକ୍ତ ମନୋରଞ୍ଜନ ଦାସ ସଭାପତିତ୍ବ କରିବା ସହ ଅନ୍ୟ ସମସ୍ତ ବ୍ୟବସ୍ଥା ଉପରେ ଗୁରୁତ୍ଵ ଦେଇଥିଲେ ଏବଂ ଶ୍ରୀଯୁକ୍ତ ଶ୍ରୀଧର ଜେଳା ମଞ୍ଚ ପରିଚାଳନା କରିଥିଲେ I ଶେଷରେ ନୂତନ କର୍ମକର୍ଭା ନିର୍ବାଚନ ଅନୁଷ୍ଠିତ ହୋଇ ନବନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ କେନ୍ଦ୍ରୀୟ ରାଷ୍ଟ୍ରୀୟ ମହାମନ୍ତ୍ରୀ ଶ୍ରୀଯୁକ୍ତ ଅପୂର୍ବା କାଡ଼ିଆ ଦାୟିତ୍ବ ଗ୍ରହଣ କରିବାକୁ ଦେଇଥିଲେ । ସର୍ବ ଶେଷରେ ମୁଖ୍ୟ କର୍ମ କର୍ତା ଶ୍ରୀଯୁକ୍ତ ହରପ୍ରସାଦ ଚାନ୍ଦ ଧନ୍ୟବାଦ ପ୍ରସ୍ତାବ ଆଗତ ପୂର୍ବକ ଉକ୍ତ ଅବେଶନର ପରିସମାପ୍ତି ଘୋଷଣା କରିଥିଲେ।

Exit mobile version