Site icon Awaj Media

ସମବାୟ ବ୍ୟାଙ୍କର ୧୦୦ ତମ ସାଧାରଣ ପରିଷଦ ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ପୁରାତନ ସହରାଞ୍ଚଳ ସମବାୟ ବ୍ୟାଙ୍କର ୧୦୦ ତମ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଜଙ୍ଗମ ସାହି ଠାରେ ଥିବା ଏସ.ଏ ଫଙ୍କସନ୍ ହଲ ପରିସର ରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କ ସଭାପତି ଏ. ଗୋପାଲ ରାଓ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ବୈଠକରେ ପ୍ରଥମେ ବ୍ୟାଙ୍କ ପ୍ରତିଷ୍ଠାତା ସ୍ୱର୍ଗତ ଆଇ.ଶ୍ୟାମ ଶିବ ରାଓ ଓ ପୂର୍ବତନ ସଭାପତି ସ୍ୱର୍ଗତ ଏ. ଶଙ୍କର ରାଓ ଓ ଅନ୍ୟ ଇହଧାମ ପରିତ୍ୟାଗ କରିଥିବା କର୍ମଚାରୀଙ୍କ ଉଦ୍ଦେଶ୍ୟ ରେ ନୀରବ ପ୍ରାର୍ଥନା ପରେ ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ୟାଙ୍କ ଯୁବ ନିର୍ଦ୍ଦେଶକ ଆଦର୍ଶ ଦାସ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବ୍ୟାଙ୍କ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ସମ୍ପାଦକ ପଙ୍କଜ ନାୟକ ବ୍ୟାଙ୍କ୍ ର ବାର୍ଷିକ ବିବରଣୀ , ଆୟ ବ୍ୟୟ ତଥା ଅନ୍ୟାନ୍ୟ ସୂଚନା ସମ୍ପାଦକୀୟ ପାଠ କରିଥିଲେ। ସଭାପତି ନିଜର ଅଭିଭାଷଣ ରେ ବ୍ୟାଙ୍କର ଗତ କିଛି ବର୍ଷ ମଧ୍ୟରେ ଆର୍ଥିକ ସ୍ଥିତି ରେ ଉନ୍ନତି ଆଣିବାରେ ସଫଳ ହୋଇଛି ବୋଲି କହିଥିବା ବେଳେ , ଏହି ଶହେ ତମ ବୈଠକ ଅବସରରେ ବ୍ୟାଙ୍କର ସଫଳତା ପାଇଁ ବିଶିଷ୍ଟ ବ୍ୟକ୍ତିତ୍ଵ ପୂର୍ବତନ ସଭାପତି ପ୍ରଦୀପ ନାୟକ , ପୂର୍ବତନ ସଭାପତି ଦିଲ୍ଲୀପ ଦାସ , ପୂର୍ବତନ ସଭାପତି ଭି.ଭି.ରବାନା ମୂର୍ତ୍ତୀ , ପୂର୍ବତନ ସଭାପତି ଅଭିମନ୍ୟୁ ପଣ୍ଡା , ଆଇନ ପରାମର୍ଶ ଦାତା ଦେବେନ୍ଦ୍ର ଦାସ ଆଦି ସମବାୟବିତ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟ ରେ ବ୍ୟାଙ୍କ୍ ବରିଷ୍ଠ ନିର୍ଦ୍ଦେଶକ ଅଭିମନ୍ୟୁ ପଣ୍ଡା ବିଗତ ସାଧାରଣ ପରିଷଦ ବୈଠକର ପ୍ରସ୍ତାବ କୁ ପାରିତ କରିବା ସହିତ ବିଗତ କିଛି ବର୍ଷ ର ବଜେଟ୍ , ବାର୍ଷିକ ରିପୋର୍ଟ , ଆର.ବି.ଆଇ ରିପୋର୍ଟ, ହାଉସ ଲୋନ୍ ପ୍ରଦାନ୍ ରାଶି ବୃଦ୍ଧି ପ୍ରସ୍ତାବ ସହ ବ୍ୟାଙ୍କ୍ ର ବିଭିନ୍ନ ଆର୍ଥିକ କାରବାର , ନୂତନ କୋଠା ନିର୍ମାଣ ନେଇ ପ୍ରସ୍ତାବ ଆଗତ କରିଥିଲେ। ନିର୍ଦ୍ଦେଶକ ଆଦର୍ଶ ଦାସ ଧନ୍ଯବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ପି.ଆମୁଲୁ ଆମା , ବରିଷ୍ଠ ନିର୍ଦ୍ଦେଶକ ଜମାଦାର ପଟ୍ଟନାୟକ , ଲକ୍ଷ୍ମୀକାନ୍ତ ପରିଛା , ୱାଇ. ଗଡାୟା , ଭି ଦଣ୍ଡାସି , ଡି.ଆପା ରାଓ , ଅନିତା ପଣ୍ଡା , ଗୀତାଞ୍ଜଳି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବ୍ୟାଙ୍କ ର ସମସ୍ତ କର୍ମଚାରୀ କର୍ଯ୍ୟକମ କୁ ପରିଚାଳନା କରିଥିଲେ।

Exit mobile version