Site icon Awaj Media

ଏହା ବାଙ୍କୀ ବିଜେପି ନେତାଙ୍କୁ ବିରୋଧ : ନା ରାଜ୍ୟ ବିଜେପି ନେତାଙ୍କୁ ସଂକେତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମୋରମ ଚୋର ହାଏ ହାଏ – ବାଲି ମାଫିଆ ହାଏ ହାଏ ! ବାଙ୍କୀରେ ଅରାଜକତା ଚଳିବ ନାହିଁ – ଚଳିବ ନାହିଁ – ଚଳିବ ନାହିଁ ! ଆଜି ବାଙ୍କୀ ରାଜରାସ୍ତାରେ ଶୁଣିବାକୁ ମିଳୁଛି ଏପରି ନାରା ! ପାଖାପାଖି ହଜାରେ ଖଣ୍ଡେ ସମର୍ଥକ ରୁଚିକା ମାର୍କେଟ ରୁ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ ! ତେବେ ଡମପଡା ବ୍ଲକ କାର୍ଯ୍ୟାଳୟ ଆଡକୁ ଯିବା ରାସ୍ତାରେ ସେମାନଙ୍କୁ ଅଟକାଇଥିଲେ ସୁରକ୍ଷା କର୍ମୀ ! ତେବେ କିଏ ଏହି ଲୋକ ସବୁ , କେଉଁ ଦଳର କର୍ମୀ ସେମାନେ , କଣ ସେମାନଙ୍କର ଉଦ୍ଦେଶ୍ୟ , କାହାକୁ କରୁଛନ୍ତି ଟାର୍ଗେଟ ! ଏ ପ୍ରଶ୍ନ ଉଠିବା ସ୍ୱାଭାବିକ , କାରଣ ଶୋଭାଯାତ୍ରାରେ ନଥିଲା ବ୍ୟାନର କି ପ୍ଲାକାର୍ଡ଼ ! ହଁ ତେବେ ଭଲ କରି ଶୁଣିବା ପରେ ଏଇ ନାଁ ଦୁଇଟି ଶୁଣିବାକୁ ମିଳିଲା ! ଏମାନେ ସବୁ ବାଙ୍କୀ ଜନତା ଦଳର କର୍ମୀ ! ଟୁବୁ ତ୍ରିପାଠୀ ଜିନ୍ଦାବାଦ , ଆଉ ପ୍ରଭାତ ତ୍ରିପାଠୀ ଜିନ୍ଦାବାଦ ସ୍ଲୋଗାନ ରୁ ଏତିକି ବୁଝା ପଡୁଛି ! ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଶ୍ରଦ୍ଧା ନାମ ହେଉଛି ଟୁବୁ , ବିଜେଡି ରୁ ନିଲମ୍ବିତ ବାଙ୍କୀ ବିଧାୟକ ଏବଂ ତାଙ୍କ ବାପା ପ୍ରଭାତ ତ୍ରିପାଠୀ ଙ୍କ ଜୟଗାନ କରି ଆୟୋଜିତ ଏହି ଶୋଭାଯାତ୍ରା ରେ ଯାହାକୁ ହାଏ ହାଏ କରି ନାରା ଦିଆଯାଉଥିଲା , ସେ ହେଉଛନ୍ତି ବାଙ୍କୀ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ! ପୁରା କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଡମପଡା ବ୍ଲକ ଅଧକ୍ଷ ପ୍ରଣବ କିଶୋର ପଟେଲ ! ବାଙ୍କୀ ବିଜେପି ନେତା ଙ୍କୁ ବିରୋଧ ତଥା ସମାନ୍ତରାଳ ବିଜେଡିର ଶକ୍ତି ପ୍ରଦର୍ଶନ ପାଇଁ ଏହି ଶୋଭାଯାତ୍ରା ବୋଲି କୁହା ଯାଉଛି ! ତେବେ ମିଶ୍ରଣ ପୂର୍ବରୁ ଏହା ରାଜ୍ୟ ବିଜେପି ନେତାଙ୍କ ଉଦ୍ଦେଶ୍ୟରେ ଏକ ଝଲକ ନୂହେଁ ତ !

Exit mobile version