ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଚଳିତ ବର୍ଷର ଦ୍ୱିତୀୟ ଥର ବନ୍ୟା ବାଙ୍କୀବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି | ବାଙ୍କୀବାସୀଙ୍କ ସୁଖଦୁଃଖର ସାଥି ହେଉଛି ମହାନଦୀ କିନ୍ତୁ ଲଗାଣ ବର୍ଷା ଏବଂ ମହାନଦୀର ବନ୍ୟା ଜଳ ମୁଖ୍ୟତଃ ରାସ୍ତାଘାଟ ଯେତିକି ଖରାପ କରିଛି ତା ଠାରୁ ବହୁ ଗୁଣ କ୍ଷତି କରିଛି ଚାଷୀକୁଳର | ଗୋଟିଏ ବର୍ଷ ପାଇଁ ଲକ୍ଷଧିକ ଟଙ୍କାର ଉଭୟ ଧାନ ଏବଂ ପନିପରିବା ଚାଷ ସମ୍ପୂର୍ଣ ନଷ୍ଟ ହୋଇଛି | ଜୁଲାଇ 30 ତାରିଖରୁ ତାଳବସ୍ତ ବିଲିପଡ଼ା ଗହୀର 10 କିଲୋମିଟର ରାସ୍ତା ବନ୍ୟାଜଳ ପ୍ରବାହିତ ପାଇଁ ବନ୍ଦ ରହିଥିଲା |ରାସ୍ତା ଉପରେ ଦୁଇମୁନ୍ଦ୍ର ପାଣି ପ୍ରବାହିତ ହୋଇଥିଲା | ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ତଳବସ୍ତ, ବିଲିପଡା, ବାଙ୍କୀ ଏବଂ ଗୋପାଳପୁର ପଂଚାୟତର ଦଶ ଗୋଟି ଗ୍ରାମର ଚାଷୀଙ୍କ ସାରଦ ଧାନ ଓ ପନିପରିବା ଉପରେ ସପ୍ତାହ କାଳ ପାଣି ରହିବା ଦ୍ଵାରା 90 ଭାଗ ଚାଷ ସମ୍ପୂର୍ଣ କ୍ଷତି ଘଟିଛି | ପାଣି କମିଲା ପରେ ରାସ୍ତା ସଫାକରି ଅଳ୍ପ ଅଳ୍ପ ପାଣିରେ ତଳବସ୍ତ ଜନ ସାଧାରଣ ଓ ଛାତ୍ର ଛାତ୍ରୀ ମାନେ ଆଉ ପୂର୍ବପରି 25 କିଲୋମିଟର ଡାମପଡା ଜାତମୁଣ୍ଡିଆ ମୁଖ୍ୟ ରାସ୍ତାରେ ଯିବା ଆସିବା କରୁ ନ ଥିଲେ | ବନ୍ୟା ଛାଡ଼ିବା ପରେ ଲୋକେ ଟିକେ ଆଶ୍ୱସ୍ତି ହେଲାବେଳକୁ ଦୁଇଦିନର ଲଗାଣ ବର୍ଷାରେ ବିଲ ମାନଙ୍କର ବଦଳ ପାଣି ରାସ୍ତା ଉପରେ 4 ଫୁଟ ଉପରେ ଆଜି ପ୍ରବାହିତ ହେଊ ଥିବାର ଦେଖାଦେଇଛି | ଲୋକମାନେ ବହୁତ ହଇରାଣ ହୋଇଛନ୍ତି | ବହୁତ ଗାଡ଼ିରେ ପାଣି ପଶି ଷ୍ଟାର୍ଟ ବନ୍ଦ ହୋଇଛି | କାଦୁଅ ରାସ୍ତାରେ ଗାଡି ସ୍ଲିପ କରି କିଛି ଲୋକ ବାଙ୍କୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି |. 1999 ମସିହାରେ ବାଙ୍କୀ କୁ ଗମନାଗମନ ସୁବିଧା ପାଇଁ ସ୍ବର୍ଗତ ମନ୍ତୀ କାଁହୁ ଚରଣ ଲେଙ୍କା ତାଳବସ୍ତ ବିଲିପଡା ରାସ୍ତା ନିର୍ମାଣ ସହିତ ରଣାଶଙ୍ଖ ସେତୁ ନିର୍ମାଣ କରିଥିଲେ | ବର୍ତ୍ତମାନ ସମୟରେ ଏହି ରାସ୍ତା ଯଦି ଆହୁରି 5 ଫୁଟ ଉଞ୍ଚା ହୁଅନ୍ତା ତେବେ ପ୍ରତିବର୍ଷ ଆସୁଥିବା ବଦଳ ବର୍ଷା ପାଣି କି ବନ୍ୟା ଜଳ ରାସ୍ତା ଉପରେ ପ୍ରଭାବିତ ହେବ ନାହିଁ ବୋଲି ସାମାଜିକ କର୍ମୀ ତଥା ତାଳବସ୍ତ ଅଞ୍ଚଳର ଯୁବ ସଂଗଠନ ଅକ୍ଷୟ କୁମାର ବେହେରା କୁହନ୍ତି | ଉକ୍ତ 10 କିଲୋମିଟର ରାସ୍ତା ଆର ଡ଼ି ବିଭାଗ ରେ ଯାଉଥିବାରୁ ଡମପଡା ବିଡ଼ିଓ ଏବଂ ବାଙ୍କୀ ଉପ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି |ପ୍ରକୃତିପ୍ରେମୀ ବିଶ୍ୱ ରଞ୍ଜନ ସ୍ବାଇଁ କୁହନ୍ତି ଯେବର୍ତ୍ତମାନ ସମୟରେ ରାସ୍ତାରେ 4 ଫୁଟର ପାଣି ପାଖାପାଖି 500 ମିଟର ପର୍ଯ୍ୟନ୍ତ ରହିଛି, ତେଣୁ ଉଭୟ ପଂଚାୟତ ତରଫରୁ ଗୋଟିଏ ଟ୍ରାକ୍ଟର ସାମୟିକ ସମୟ ପାଇଁ ରଖାଗଲେ ବାଇକ ଏବଂ ଲୋକମାନେ ଯିବା ଆସିବା ହୋଇପାରିବ | ଶତାଧିକ ଗାଡିରେ ଇଂଜିନ ଭିତରେ ପାଣି ପ୍ରବେଶ କରି ଲୋକ ଗଡେଇ ଗଡେଇ ନେଉଥିବାର ଦେଖା ଦେଇଛି |ବ୍ଳକ ପ୍ରଶାସନ ଏହା ଉପରେ ସୁ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନ ସାଧାରଣ ଦାବି କରିଛନ୍ତି |
ବନ୍ୟା ଛାଡିଲା ପରେ ପୁନର୍ବାର ବର୍ଷା ଦାଉ ସାଧିଛି !!!

