ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ର କେର।ଣ୍ଡି ଗ୍ରାମ ପଞ୍ଚାୟତ ର ନୂଆ କେର।ଣ୍ଡି ଗ୍ରାମରେ ଥିବା ରାମଲିଙ୍ଗେଶ୍ୱର ପ୍ରାଥମିକ ସମବାୟ ସମିତି ରେ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଛି । ଚାଷୀ ନିଜର ଜମି ପଟ୍ଟା, ଆଧାର କାର୍ଡ, ଚଳିତ ବର୍ଷ ଖଜଣା ବନ୍ଧ। ହୋଇଥିବା ରସିଦ ପ୍ରମୁଖ ଧରି ପ୍ରାଥମିକ ସମବାୟ ସମିତି କୁ ଯାଉଛନ୍ତି ! ଅଗଷ୍ଟ ଛ ତାରିଖରୁ ଆରମ୍ଭ ହୋଇଥିବା ଏହି ପଂଜୀକରଣ କାର୍ଯ୍ୟ ଆସନ୍ତା ଅଗଷ୍ଟ ଏକ ତିରିଶି ପର୍ଯ୍ୟନ୍ତ ଚାଲିବ ! ଚାଷୀ ଫର୍ମ ନେଇ ପଞ୍ଜୀକୃତ କରି ପାରିବେ ବୋଲି ପ୍ରକାଶ କରିଛନ୍ତି ସମ୍ପାଦକ । ବିଭାଗୀୟ ଅଧିକାରୀ ଙ୍କୁ ଯୋଗା ଯୋଗ କରିବାରୁ କହିଛନ୍ତି ଜିଲ୍ଲା ରେ ୪୫ ଗୋଟି ପ୍ରଥମିକ ସମବାୟ ସମିତି ରହିଛି , ଏବଂ ୨୫ ଗୋଟି ସମବାୟ ସମିତି ରେ ପଞ୍ଜୀକରଣ ଆରମ୍ଭ ହେଲାଣି ! ଚାଷୀ ନିଜର ଆବଶ୍ୟକୀୟ କ।ଗଜପତ୍ର ଧରି ପ୍ରାଥମିକ ସମବାୟ ସମିତି କୁ ଯାଇ ପଞ୍ଜୀକୃତ କରେଇ ପାରିବେ ବୋଲି ପ୍ରକାଶ କରିଛନ୍ତି ।
ରାମଲିଙ୍ଗେଶ୍ୱର ପ୍ରାଥମିକ ସମବାୟ ସମିତି ରେ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଆରମ୍ଭ !!!

