Site icon Awaj Media

ଡମପଡା ବ୍ଲକ ବିଡ଼ିଓ ଙ୍କ ସୁରକ୍ଷା ଢାଲ କେତେ ମଜବୁତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଏତେ ଚାପ ସତ୍ତ୍ୱେ କାହିଁକି କାହାକୁ ଖାତିର କରୁନାହାନ୍ତି ଡମପଡା ବିଡ଼ିଓ ଅଂଶୁମାନ ଦାସ ! ତାଙ୍କ ପାଖରେ କାହାର ଅଛି ଅଭୟ ବାଣୀ ! ରାଜ୍ୟରେ ବିଜେପି ର ସରକାର , ଡମପଡା ବ୍ଲକ ର ବିଭିନ୍ନ ଘଟଣା ନେଇ ବିଡ଼ିଓ ଙ୍କୁ ଘେରିଛନ୍ତି ବିଜେପି ର ନେତା ! ଗତ ସାଧାରଣ ନିର୍ବାଚନରେ ବାଙ୍କୀ ରୁ ବିଜେପି ଟିକେଟ ରେ ଲଢ଼ିଥିବା ତୁଷାରକାନ୍ତ ଚକ୍ରବର୍ତ୍ତୀ ନିଜେ ଧାରଣା କୁ ଆସିଥିଲେ ବି ବିଡ଼ିଓ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିଲେ ! ଗତକାଲି ବିଜେପି ର ଏକ ଟିମ ବିଡ଼ିଓ ଙ୍କୁ ଦେଖା ହୋଇ ଅଭିଯୋଗ କରିଥିଲେ ! ନିଜେ ବାଙ୍କୀ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ଏବଂ କଟକ ସାଂସଦ ଭର୍ତ୍ତୃହରି ମହତାବ ଙ୍କ ବାଙ୍କୀ ବ୍ଲକ ଏବଂ ଡମପଡା ବ୍ଲକ ପ୍ରତିନିଧି ଏହି ଟିମ୍ ରେ ସାମିଲ ଥିଲେବି ସେମାନଙ୍କୁ କେତେ ଜଣ ଲୋକ କହି ସମ୍ବୋଧନ କରିଥିଲେ ବିଡ଼ିଓ ! ଏତେ ଚାପ ସତ୍ତ୍ୱେ ବିଡିଓଙ୍କର ଏପରି ଖାମଖିଆଲି ଆଚରଣ କାହିଁକି ତାହା ଆଶ୍ଚଯ୍ୟର କଥା ! ହଁ ଏକଥା ସତ ଯେ , ବିଡ଼ିଓ ଙ୍କ ପାଖରେ ଢାଲ ପରି ରହିଛନ୍ତି ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ ! ଏପରିକି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଏବଂ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ବହୁ ସମର୍ଥକ ଗତକାଲି ବିଡ଼ିଓ ଙ୍କ ସପକ୍ଷରେ ରାଜରାସ୍ତା କୁ ଓହ୍ଲାଇଥିଲେ ! ତାଛଡା ବାଙ୍କୀ ବିଡ଼ିଓ ଙ୍କ ଧର୍ମପତ୍ନୀ ଏବେ ବାଙ୍କୀ ର ଉପ ଜିଲାପାଳ , କାଲି ସୁରକ୍ଷା ପାଇଁ ରହିଥିଲେ 4 ପ୍ଲାଟୁନ ଫୋର୍ସ , ଚଉଦ ଜଣ ଅଫିସର ! ତେଣୁ ଏତେ ଅନୁକୂଳ ଆଉ ସୁରକ୍ଷା ବାତାବରଣ ଭିତରେ ବିଡ଼ିଓ କାହିଁକି ବିଜେପି ନେତା ତୁଷାରକାନ୍ତ ଙ୍କୁ ଖାତିର କରିବେ !

Exit mobile version