ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ଓଡିଶା ସାମ୍ବାଦିକ ସଂଘ ପାରାଦୀପ ଶାଖା ପକ୍ଷରୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି l ଓଡିଶା ସରକାର ଙ୍କ ତରଫରୁ ସାମ୍ବାଦିକ ସ୍ବାସ୍ଥ୍ୟ ବିମା କାର୍ଡ କୁ ଆୟୁଷ୍ମାନ କାଡ଼ ସହିତ ସାମିଲ କରିବାକୁ ନେଇ ସରକାର ଙ୍କ ପକ୍ଷରୁ ହୋଇଥିବା ଯୋଜନାକୁ ବିରୋଧ କରି ଏହା ସାମିଲ ନକରିବାକୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରେ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ପାରାଦୀପ ଓଡିଶା ସାମ୍ବାଦିକ ସଂଘ ସଭାପତି ଙ୍କ ନେତୃତ୍ଵ ରେ ବହୁ ସାମ୍ବାଦିକ ଏକତ୍ରିତ ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ l ସେଠାର ଦାବିପତ୍ର ପ୍ରଦାନ କରାଯାଇଥିଲା l
OJU ପକ୍ଷରୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବୀପତ୍ର !!!

