ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରେ ଆୟୋଜିତ ହୋଇଯାଇଛି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ! ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରୁ ଶୋଭାଯାତ୍ରା ବାହାରି ଡମପଡା ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ଆସିଥିଲା । ଏଥିରେ ଶତାଧିକ ମହିଳା ଓ ଯୁବକ ଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ପାଲଟିଥିଲା ଶହେ ଫୁଟ ଲମ୍ବର ଜାତୀୟ ପତାକା । ଚଳିତ ବର୍ଷ ସ୍ୱାଧିନତାର ୮୦ବର୍ଷ ପୂର୍ତ୍ତି ଅବସରରେ ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଆଜି ବାଙ୍କୀ ରେ ମଧ୍ୟ ଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି !
ବାଙ୍କୀ ରେ ଆୟୋଜିତ ହୋଇଯାଇଛି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ !!!

