Site icon Awaj Media

ବାଙ୍କୀରେ ଅତ୍ୟାଧୁନିକ ଶୈଳୀରେ ଦାନ୍ତ ଚିକିତ୍ସାଳୟ ର ଶୁଭାରମ୍ଭ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀରେ ପ୍ରଥମ କରି ଏକ ଅତ୍ୟାଧୁନିକ ଶୈଳୀରେ ଦାନ୍ତ ଚିକିତ୍ସାଳୟ ର ଶୁଭାରମ୍ଭ ହୋଇଯାଇଛି । ଏହାକୁ ବିଧିବଦ୍ଧ ଭାବରେ ଡାକ୍ତର କାହ୍ନୁକେଶବ ମହାପାତ୍ର ଙ୍କ ମାଆ ପ୍ରଣତି ମହାପାତ୍ର ଉଦ୍ଘାଟନ କରିଥିଲେ । ଏହି ଚିକିତ୍ସାଳୟରେ ସମସ୍ତ ଦାନ୍ତ ରୋଗ ର ନିରାକରଣ ସହିତ ଉନ୍ନତ ମାନର ଚିକିତ୍ସା କରାଯିବ । ଏଠାରେ କିମ୍ସ ହସ୍ପିଟାଲ ର ବରିଷ୍ଠ ଡାକ୍ତର ପ୍ରତିକ୍ ଅଗ୍ରୱାଲ ଏବଂ ଡାକ୍ତର କାହ୍ନୁକେଶବ ମହାପାତ୍ର ନିରନ୍ତର ସେବା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଉଦ୍ଘାଟନ ଅବସରରେ ଆଜିଠାରୁ ସାତ ଦିନ ମାଗଣା ପରାମର୍ଶ ଦେବାର ସୁବିଧା କରିଛନ୍ତି ।

Exit mobile version