Site icon Awaj Media

ଶ୍ରୀ ବିଦ୍ୟା ବାଟିକାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଆନନ୍ଦର ସହ ଶ୍ରୀ ବିଦ୍ୟାଵାଟିକା ପରିସରରେ ପାଳିତ ହୋଇଯାଇଛି | ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ର ଶିକ୍ଷକ ଅପର୍ତ୍ତି ବେହେରା ଏବଂ ସମ୍ମାନିତ ଅତିଥି ଭାବେ ପ୍ରକୃତି ବନ୍ଧୁ ବିଶ୍ୱରଞ୍ଜନ ସାହୁ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶିବାନୀ ନାୟକଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶିକ୍ଷୟିତ୍ରୀ ଚିନ୍ମୟୀ ବାରିକ, ଅର୍ପିତା ମିଶ୍ର, ଶ୍ରଦ୍ଧାଞ୍ଜଳି ପାଲ, ମମତା ମହାରଣା, ସୁପ୍ରିୟା ନାୟକ ଏବଂ ମନୋରମା ସାହୁ କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ରିୟ ଭାବେ ସହଯୋଗ କରିଥିଲେ । ଏହି ଅବସରରେ ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ପ୍ରତିଭା ଓ ଦେଶପ୍ରେମର ପରିଚୟ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଆକର୍ଷଣୀୟ ପ୍ରଦର୍ଶନରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା । ପରେ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଠା ବଣ୍ଟନ କରାଯାଇଥିଲା ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅତିଥି ମାନଙ୍କ ସହଯୋଗରେ ୮୦ତମ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମଟି ଆନନ୍ଦମୟ ପରିବେଶରେ ସଫଳତାର ସହ ସମାପ୍ତ ହୋଇଥିଲା ।

 

Exit mobile version