Site icon Awaj Media

ଭାଇଝଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହରେ ଏକ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ପକ୍ଷରୁ ଜିଲ୍ଲା ଜଜ୍-ତଥା-ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଡିଏଲଏସଏ, ଗଜପତିର ସଚିବ ଶ୍ରୀ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଭାଇଝଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସଭାଗୃହରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା। ଏଥିସହ ନାଲସା (SAMVAD – Strengthening Access to Justice for Marginalized, Vulnerable Adivasis and Denotified/Nomadic Tribes) ଯୋଜନା, ୨୦୨୫ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ସଚେତନତା ପ୍ରଦାନ କରାଯାଇଥିଲା । ସଚେତନତା କାର୍ଯ୍ୟକ୍ରମରେ ଡିଏଲଏସଏ, ଗଜପତିର ସଚିବ ଶ୍ରୀ ବିମଳ ରାଉଳ, ଗୁମ୍ମା ବ୍ଲକର ବିଡିଓ ଶ୍ରୀ ଦୁଲାରାମ ମାରାଣ୍ଡି, ଗାଇବା ଆଉଟପୋଷ୍ଟର ଏଏସଆଇ ଶ୍ରୀ ସୁରେନ୍ଦ୍ର ସେଠୀ, ଭାଇଝଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ନୌଆମା ଗୋମାଙ୍ଗୋ ଏବଂ ସାମାଜିକ କର୍ମୀ ଶ୍ରୀ ଦୟା ପାଲାକା ଉପସ୍ଥିତ ରହି ସମାବେଶକୁ ସଚେତନ କରିଥିଲେ । ବକ୍ତାମାନେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସୁଯୋଗ ନେବା ସହିତ ଅବହେଳିତ, ଦୁର୍ବଳ ବର୍ଗ, ଆଦିବାସୀ ଏବଂ ଡିନୋଟିଫାଏଡ୍/ଯାଯାବର ଜନଜାତିଙ୍କ ପାଇଁ ଆଇନଗତ ସହାୟତା ଓ ନ୍ୟାୟ ପ୍ରାପ୍ତିର ସୁଯୋଗ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ ଓ ଗ୍ରାମବାସୀମାନେ ଯୋଗଦେଇ ସଚେତନତା ଗ୍ରହଣ କରିଥିଲେ।

Exit mobile version