Site icon Awaj Media

ଜିଲ୍ଲା ସ୍ତରୀୟ ସ୍ମାର୍ଟ ଓଡିଶା ହେକାଥନ ୩.୦ ପ୍ରତିଯୋଗିତା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି-ସ୍ଥାନୀୟ ମହେନ୍ଦ୍ରଗିରି (ପୌର)ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଗଜପତି ଜିଲ୍ଲାସ୍ତରୀୟ ସ୍ମାର୍ଟ ଓଡିଶା ହେକାଥନ ୩.୦ ପ୍ରତିଯେଗୀତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଗଜପତି ଜିଲ୍ଲାର ୧୯ଟି ପ୍ରକଳ୍ପ ଉପସ୍ଥାପନ କରାଯାଇଥିଲା।ଏହି ସମାବେଶରେ ମୁଖ୍ୟଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀ ଯୋଗଦାନ କରିଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁଂକର ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଅନ୍ୟମାନଂକ ମଧ୍ୟରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ଓଡିଶା ଆଦର୍ଶ ବିଦ୍ୟାଳୟର ସନ୍ତୋଷିନୀ ପାଢୀ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଓ୍ୱାଇ. କ୍ରିଷ୍ଣାରାଓ ମଂଚାସୀନ ଥିଲେ। ଅତିଥି ମାନେ ଏହି ପ୍ରତିଯୋଗିତାରେ ସାମିଲ ଥିବା ଛାତ୍ରଛାତ୍ରୀ ମାନଂକୁ ଶୁଭେଚ୍ଛା ଜଣାଇବା ସହ ଶ୍ରେଣୀ କକ୍ଷରୁ ବାହାରି ନିଜର ନବସ୍ରୁଜନ ଚିନ୍ତାଧାରା ଏବଂ କ୍ରୁତ୍ରିମ ବୁଦ୍ଧିମତା ଦ୍ୱାରା ବିଜ୍ଞାନର କୋଣଅନୁକୋଣ ଅନୁସନ୍ଧାନ ପୂର୍ବକ ଗବେଷଣାର ଉସ୍ଛ ସମସ୍ୟାର ପ୍ରତିକାର ନିଜ ମସ୍ତିସ୍କ ମାଧ୍ୟମରେ ପ୍ରୟୋଗ କରି ଦଳଗତରେ ତାର ନିର୍ଯାସ ଆବିଷ୍କାର କରିବାକୁ ପରାମର୍ଶ ଦେଇଥିଲେ।ଏହାଦ୍ବାରା ସେମାନେ ନିଜର ଜ୍ଞାନଆହରଣ ଶକ୍ତିର ବିକାଶ କରିବାସହ ପ୍ରତିଯୋଗିତାରେ ସାମିଲ ହୋଇ ନିଜର ଉତ୍କର୍ଷତା ପ୍ରଦର୍ଶନ କରିପାରିବେ।ଏଥିରେ କଇଠପଦର ଓଡିଶା ଆଦର୍ଶ ବିଦ୍ୟାଳୟର ଶ୍ରଦ୍ଧାଞ୍ଜଳି ପଣ୍ଡା ପ୍ରଥମ ଓ ସୁକୁମାରୀ କୀର୍ଯୀ ଦ୍ୱିତୀୟ ସ୍ଥାନ ରଖିଥିବା ବେଳେ ସେରଂଗ ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର କ୍ରିଷ୍ଟିନା ଗମାଙ୍ଗ ତୃତୀୟ ସ୍ଥାନ ରଖିଥିଲେ।ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ରଖିଥିବା ଛାତ୍ରୀମାନଂକୁ ଯଥାକ୍ରମେ ୨୦୦୦୦,୧୫୦୦୦ ଓ ୧୦୦୦୦ ଟଂକା ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା।ସେମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ। ବିଚାରକ ଭାବେ ଭୂବନେଶ୍ୱର ଆଇଆଇଟିର ଶକ୍ତି ପ୍ରସାଦ ପତି, ୟୁନିସେଫ୍ ର ଜୟଜ୍ୟୋତି ପଣ୍ଡା ଓ ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପିକା ସଂଯୁକ୍ତା ପାତ୍ର ବିଚାରକ ରୂପେ ପ୍ରତିଯୋଗିତାର ମୂଲ୍ୟାଙ୍କନ କରିଥିଲେ।ଏହାକୁ ସୁଲତା ଶୁଭଦର୍ଶିନୀ ମିଶ୍ର ସଂଯୋଜନା କରିଥିଲେ।

Exit mobile version