Site icon Awaj Media

୮୦ତମ ସ୍ୱାଧୀନତା ଦିବସ ଅବସରରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ : ଗଣମାଧ୍ୟମ ଏକାଦଶ ବିଜୟୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ୮୦ତମ ସ୍ୱାଧୀନତା ଦିବସ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଖେଳ ପଡ଼ିଆରେ ଗଣମାଧ୍ୟମ ଏକାଦଶ ଓ ଜିଲ୍ଲା ପ୍ରଶାସନ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ରୋମାଞ୍ଚକର ମୁକାବିଲାରେ ଗଣମାଧ୍ୟମ ଏକାଦଶ ୧ ରନ୍ ରେ ବିଜୟୀ ହୋଇଥିଲା।
ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଗଜପତି ଶ୍ରୀ ପ୍ରହ୍ଲାଦ ସହାୟ ମୀନା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର, ସହକାରୀ ଜିଲ୍ଲାପାଳ ତଥା ଭାରପ୍ରାପ୍ତ କ୍ରୀଡ଼ା ଅଧିକାରୀ ଶ୍ରୀ ଜଗନ୍ନାଥ ପାଢ଼ୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ସ୍ୱାଧୀନତା ଦିବସର ଉତ୍ସବମୁଖର ପରିବେଶରେ ଆୟୋଜିତ ଏହି ମ୍ୟାଚ୍ ଗଣମାଧ୍ୟମ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସୌହାର୍ଦ୍ଦ୍ୟ ଓ ବନ୍ଧୁତ୍ୱର ଭାବନାକୁ ଆହୁରି ସୁଦୃଢ଼ କରିଥିଲା। ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ମ୍ୟାଚ୍‌ଟିର ଆୟୋଜନ କରାଯାଇଥିଲା ।

Exit mobile version