Site icon Awaj Media

ଜଳଲାଗି ପାଇଁ ବାଙ୍କୀ ମହାନଦୀ ରେଣୁକା ଘାଟରେ କାଉଡ଼ିଆଙ୍କ ଭିଡ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଶ୍ରାବଣ ତୃତୀୟ ସୋମବାର ରେ ବିଭିନ୍ନ ଶୈବ ପିଠରେ ଜଳଲାଗି କରିବା ନିମନ୍ତେ ବାଙ୍କୀ ର ମହାନଦୀ ରେଣୁକା ଘାଟରେ ଦେଖିବା ପାଇଁ ମିଳିଥିଲା ହଜାର ହଜାର କାଉଡ଼ିଆଙ୍କର ଭିଡ । ମହାନଦୀରୁ ପାଣି ନେଇ ବାଘମାରୀ ର ହଟକେଶ୍ୱର, ଗୋଡାର ଲୋକନାଥ ଏବଂ ବିଭିନ୍ନ ଶିବାଳୟକୁ କାଉଡିଆ ଭକ୍ତଙ୍କ ଶୁଅ ଛୁଟିଥିଲା ! ଏହି ପରିପ୍ରେକ୍ଷୀରେ କାଉଡିଆଙ୍କର ବିଶ୍ରାମ ନିମନ୍ତେ ବାଙ୍କୀ ଖୋର୍ଦ୍ଧା ମୁଖ୍ୟ ରାସ୍ତାରେ ଥିବା ଭୋଗଡାସ୍ତିତ ବାବା ବାଲୁଙ୍କେଶ୍ୱର ମନ୍ଦିର ଠାରେ ମା ଚର୍ଚ୍ଚିକା କାଉଡିଆ ସଂଘ ପକ୍ଷରୁ ଏକ ଦେୟମୁକ୍ତ ଆନନ୍ଦ ବଜାର ଖୋଲାଯାଇ ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ଖାଦ୍ୟ ବ୍ୟବସ୍ଥା କରାଯାଇଛି । ଏଠାରେ ବିଶ୍ରାମ ନେଇ ବେଶ ଆନନ୍ଦ ଅନୁଭବ କରୁଛନ୍ତି ବୋଲି ପାଣି ଭାର ନେଇ ଆସିଥିବା କାଉଡିଆ କହିଛନ୍ତି । ଏହା ଦୀର୍ଘ ପନ୍ଦର ବର୍ଷ ଧରି ପ୍ରତ୍ୟେକ ବର୍ଷ ଶ୍ରାବଣ ମାସର ତୃତୀୟ ରବିବାର ଅନୁଷ୍ଠିତ ହେଉଛି । ବାଙ୍କୀ ର ସମସ୍ତ ଯୁବ ଗୋଷ୍ଠୀ ଏହାକୁ ଆୟୋଜନ କରିଥାନ୍ତି , ତେବେ ଏହା ଆଗକୁ ବଡଧରଣର କରାଯାଇ ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଯୁବକ ସଂଘର ସଭ୍ୟ ମାନେ !

Exit mobile version