କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ମରଣଯନ୍ତା ପାଲଟିଛି ବାଘମାରୀ – କଳାପଥର ମୁଖ୍ୟ ରାସ୍ତା ! ଦିନକୁ ଦିନ ହୋଇ ପଡୁଛି ରାସ୍ତା ଅବସ୍ଥା ଅଧିକ କଦର୍ଯ୍ୟ ! ବାରମ୍ବାର ଅଭିଯୋଗ ସତ୍ତ୍ୱେ ବି ମରାମତି କରୁନାହିଁ ଖୋର୍ଦ୍ଧା ପୂର୍ତ୍ତ ବିଭଗ ! କୋଦୁଅବେରେଣୀ ପେଟ୍ରୋଲ ପମ୍ପ ଠାରୁ ଧଳାପଥର ଛକ ଯାଏଁ ମୁଖ୍ୟ ରାସ୍ତା ର ଅବସ୍ଥା ଯାହା ହୋଇଛି ତାହା ବିପଦ ଏବଂ ଦୁର୍ଘଟଣା କୁ ନିମନ୍ତ୍ରଣ ! କୋଦୁଅବେରେଣୀ – ଭାପୁର ବାଇପାସ ରାସ୍ତା ସଂଯୋଗ ସ୍ଥାନରେ ହୋଇଛି ବଡ ବଡ ଖାଲ ! ଏହି ସ୍ଥାନରୁ ଧଳାପଥର ଛକ ଯାଏଁ ଆଉ ପିଚୁ ଦେଖା ଯାଉନାହିଁ ! ବର୍ଷା ପାଣି ଜମା ହୋଇ ପୁରା ରାସ୍ତାରେ ନର୍ଦ୍ଦମା ହୋଇ ପଡି ରହିଛି ! ତେବେ ରାସ୍ତା ଅବସ୍ଥା ନେଇ ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଅଧିକାରୀଙ୍କ ଦାୟିତ୍ବହୀନତା ସହ ସ୍ଥାନୀୟ ନେତାଙ୍କ ଅପାରଗତା କୁ ସୂଚାଇଛନ୍ତି ଆଇନଜୀବୀ ! କୋଦୁଅବେରେଣୀ – ଧଳାପଥର ରାସ୍ତାରେ ମଝା ମଝି ସ୍ଥାନରେ ଥିବା ଏହି ଦୋକାନରେ ପ୍ରତିଦିନ ଜମା ହୋଇଥାନ୍ତି ସ୍ଥାନୀୟ ଅଂଚଳର ବହୁ ନେତା ! ଏବେର ନିର୍ବାଚିତ ପ୍ରତିନିଧିଙ୍କ ସହିତ ବହୁ ପୂର୍ବତନ ସରପଂଚ ସମିତିସଭ୍ୟ ଏକାଠି ବସି ଖଟି କରୁଥିଲେ ସୁଦ୍ଧା ରାସ୍ତାର ଦୁରବସ୍ଥା ନେଇ କାହାରି ନିଘା ନାହିଁ ! ତେବେ ସ୍ଥାନୀୟ ଜଣେ ବ୍ୟବସାୟୀ ନିଜସ୍ୱ ଖର୍ଚରେ କିଛି ଖାଲ ସ୍ଥାନରେ କ୍ରସର ଡଷ୍ଟ ପକାଇଥିବାର ଜଣାଯାଇଛି ! ମାସ ମାସ ଧରି ରାସ୍ତାର ଅବସ୍ଥା ଏପରି କଦର୍ଯ୍ୟ ହୋଇ ପଡି ରହିଥିଲେବି ଲୋକେ ଚୁପ , ସ୍ଥାନୀୟ ନେତା ନିଷ୍କ୍ରିୟ ଏବଂ ବିଭାଗ ଶୋଇଛି ନିଦ୍ରାରେ !]
ରାସ୍ତାରେ ଆଉ ପିଚୁ ଦିଶୁନି : ଲୋକେ ଚୁପ , ସ୍ଥାନୀୟ ନେତା ନିଷ୍କ୍ରିୟ ଏବଂ ବିଭାଗ ଶୋଇଛି ନିଦ୍ରାରେ !!!

