Site icon Awaj Media

ଡମପଡା ବ୍ଳକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୁଲ୍ୟରେ ବାଙ୍କୀ – ଡମପଡା ବ୍ଲକ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧକ୍ଷ ଶ୍ରୀ ପ୍ରଣବ କିଶୋର ପଟେଲ ଶିବିରକୁ ଉଦଘାଟନ କରି ଭିନ୍ନକ୍ଷମମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ଶିବିରର ଉଦେଶ୍ୟ ବୋଲି କହିଥିଲେ। ଶିବିରରେ ବାଙ୍କୀ ଡମପଡା ବ୍ଲକ ସମେତ ବାଙ୍କୀ ବ୍ଲକ୍ ଓ ଏନ୍.ଏ.ସି ର ବିଭିନ୍ନ ଅଞ୍ଚଳରୁ ୩୩୦ ଜଣ ଭିନ୍ନକ୍ଷମ ବ୍ୟକ୍ତି ନାମ ପଞ୍ଜିକୃତ କରିଥିଲେ ସେଥି ମଧ୍ୟରୁ ୨୬୮ ଜଣଙ୍କୁ ବିଶେଷଜ୍ଞ ମାନଙ୍କ ଦ୍ୱାରା ପରୀକ୍ଷା କରାଯାଇ ଶ୍ରବଣ ସମସ୍ୟାରେ ୩୪ ଜଣ, ଅସ୍ଥି ଶଲ୍ୟ ୧୦୫ ଜଣ,ମାନସିକ ବିକାରଗ୍ରସ୍ତ ୪୪ ଜଣ, ସ୍ନାୟୁଗତ ଭିନ୍ନକ୍ଷମ ୪୯ ଦୃଷ୍ଟି ବାଧକରେ ୩୬ ଜଣଙ୍କୁ ଚିହ୍ନଟ କରାଯାଇଛି।ସେମାନଙ୍କ ମଧ୍ୟରୁ ବସ ପାସ ୧୨ ଜଣଙ୍କୁ, ଆଶାବାଡି ୦୭ ଜଣଙ୍କୁ, ଟ୍ରାଇ ସାଇକେଲ ୦୩ ଜଣଙ୍କୁ, ହୁଇଲି ଚେୟାର ୦୪ ଜଣଙ୍କୁ ଓ ଅନ୍ୟାନ୍ୟ ଭିନ୍ନକ୍ଷମ ଉପକରଣ ମାନପ୍ରଦାନ କରାଯାଇଛି। ଏହି ଶିବିରରେ ବିଭିନ୍ନ ଷ୍ଟଲ ଖୋଲାଯାଇ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲା | ଏହି ଶିବିରରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ବିଶେଷଜ୍ଞମାନେ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।ବାଙ୍କୀ ଡମପଡା ବ୍ଲକ ବି.ଡି.ଓ ଶ୍ରୀ ଅଂଶୁମାନ ଦାସ, 38 ନମ୍ବର ଏବଂ 37 ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଆଶିଷ କୁମାର ସାହୁ ଓ ଶ୍ରୀମତୀ ମିନତୀ ମହାପାତ୍ରଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶିବିର ପରିଚାଳନାରେ ସହାୟତା କରିଥିଲେ।

Exit mobile version