Site icon Awaj Media

ଜାତମୁଣ୍ଡିଆ ଗୋଲେଇ ଛକ ସଫେଇ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡ଼ା ବ୍ଲକ ଅନ୍ତର୍ଗତ କୁସୁପଙ୍ଗୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଜାତମୁଣ୍ଡିଆ ଗୋଲେଇ ଛକକୁ ଆଦର୍ଶ ଯୁବ ପରିଷଦ, ବାଙ୍କୀ ତରଫରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଖାପାଖି ଛଅ ଗୋଟି ଜିଲ୍ଲାକୁ ସଂଯୋଗ କରୁଥିବା ଏହି ଛକରେ ଅବସ୍ଥିତ ଗୋଲେଇ ପିଣ୍ଡିଟି ଅନେକ ଦିନ ଧରି ନଟି ବୁଦା ଓ ଅନାବନା ଗଛ ଦ୍ବାରା ପରିପୂର୍ଣ୍ଣ ହୋଇ ରହିଥିଲା । ଯାହାଫଳରେ ବାଟୋଇ ଓ ପଥଚାରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ପରିଷଦର‌ ଆବାହକ ତଥା ସମାଜସେବୀ ଅକ୍ଷୟ କୁମାର ସାମଲଙ୍କ ପରିଚାଳନାରେ ଆୟୋଜିତ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ସମାଜସେବୀ ମନୋଜ କୁମାର ରାଉତ, ଆମପରିଵାର ଚକ୍ରର ପ୍ରତିଷ୍ଠାତା କୁମାର ଅମୀୟ , ସେବା ମୈତ୍ରୀ ସଂଗଠନର ସ୍ଵେଚ୍ଛାସେବୀ ଶିବୁନା ରାଉତ, ସମାଜସେବୀ ସନ୍ତୋଷ ମଙ୍ଗୁଆଳ, ବାଣୀପଦ ଦୀକ୍ଷିତ, ଅର୍ପିତ କୁମାର ସାମଲ, ବିବିନ୍ଦ୍ର ରଣା, ଓମ ପ୍ରକାଶ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ସ୍ଥାନରେ ଥିବା ବଟବୃକ୍ଷର ଉପରି ଭାଗକୁ କାଟିବା, ହାଇମାକ୍ସ ଲାଇଟିକୁ ସେଠାରୁ ଉଠାଯାଇ ତିନି କଣରେ ତିନୋଟି ହାଇମାକ୍ସ ଲାଇଟ ଲଗାଇବା ଓ ସେହି ପିଣ୍ଡିକୁ ଫେଵର ବ୍ଲକ ପାଇବା ପାଇଁ ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନିକ ଅଧିକାରୀଙ୍କୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । ପରିବେଶର ସୁରକ୍ଷା ସମସ୍ତଙ୍କର ଦାୟିତ୍ବ ହେବାର ଆବଶ୍ୟକତା ରହିଛି । ପରିଶେଷରେ ଗୌରାଙ୍ଗ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଷଦର ଏହି ସାଧୁ କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

Exit mobile version