Site icon Awaj Media

ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନ କାର୍ଯ୍ୟକ୍ରମ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନ କାର୍ଯ୍ୟକ୍ରମ ! ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ 82 ତମ ଜୟନ୍ତୀରେ ରାଜୀବ ଗାନ୍ଧୀ ଛାତ୍ର ଫୋରମ୍ , ଓଡିଶା ଏବଂ ରାଜୀବ ଗାନ୍ଧୀ ଷ୍ଟଡି ସର୍କଲ , ୟାଦି ର ମିଳିତ ସହଯୋଗରେ ରାଜଧାନୀ ଜୟଦେବ ଭବନରେ ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ଶିକ୍ଷା ଓ ସେବା ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ! ପିସିସି ସଭାପତି ଭକ୍ତ ଚରଣ ଦାସ , ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ରୂପେ ଯୋଗଦେଇ ଆଧୁନିକ ଭାରତ ନିର୍ମାଣରେ ସ୍ଵର୍ଗତ ରାଜୀବ ଗାନ୍ଧୀଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ! ରାଜ୍ୟର ବହୁ ପ୍ରତିଭାବାନ ବ୍ୟକ୍ତିଙ୍କୁ କାର୍ଯ୍ୟକ୍ରମ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ! ସେବା କରୁଥିବା ଲୋକଙ୍କୁ ପୁରସ୍କାର ବଡ ନୂହେଁ – ସେମାନଙ୍କୁ ଶ୍ରଦ୍ଧା ଦରକାର , ସାହାଯ୍ୟ ଦରକାର ଆଉ ସହଯୋଗ ଦରକାର ବୋଲି କହିଥିଲେ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ପ୍ରତିଭା ତଥା ୟୁଥ ରେଡ଼କ୍ରସ ର କାଉନସିଲର ଅମୀୟାବାଳା ପରିଡା !

ଶିକ୍ଷା , ସମାଜସେବା , ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅନେକ ପ୍ରତିଭା ସମ୍ବର୍ଦ୍ଧିତ ହୋଇଥିବା ସମୟରେ , ଆୟୋଜକ ଅନୁଷ୍ଠାନର ଏପରି ଉଦ୍ୟମକୁ ପ୍ରଶଂସା କରିଥିଲେ ଅତିଥି !

Exit mobile version