ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ପ୍ରଧାନ : ତାଳବସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମିତିର ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଦସ୍ୟ ଆଶିଷ କୁମାର ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଚଳିତ ଆର୍ଥିକ ବର୍ଷର ପ୍ରଥମ ବୈଠକରେ ଡମପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡାକ୍ତର ପୁଷ୍ପଲତା ମହାପାତ୍ର, ସରପଞ୍ଚ ସବିତା ସାହୁ, ଡମପଡ଼ା ବ୍ଲକ ସହକାରୀ ଯନ୍ତ୍ରୀ ଲିଙ୍ଗରାଜ ରାଉତରାୟ , ଜାତୀୟ ସ୍ଵାସ୍ଥ୍ୟ ମିଶନ ସହକାରୀ ଯନ୍ତ୍ରୀ ତାରିଣୀ ପ୍ରସାଦ ପରିଡା, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶୁଭଲକ୍ଷ୍ମୀ ମହାନ୍ତ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ହିସାବ ରକ୍ଷକ ଅନିତା ମହାରଣା, ରାଜସ୍ୱ ନିରକ୍ଷକ ବିଚିତ୍ରାନନ୍ଦ ସ୍ୱାଇଁ, ଶିକ୍ଷକ ପ୍ରତିନିଧି ଜଗନ୍ନାଥ ପ୍ରସାଦ, କମିଟି ସଦସ୍ୟ ଅକ୍ଷୟ କୁମାର ବେହେରା, ସୁଧାଂଶୁ ଶେଖର ନାୟକ, ବିମଳ ଧଳ, ଗଦାଧର ବସ୍ତି, ବିପିନ ବିହାରୀ ନାୟକ, ଏମ୍ ବି କେ ବିଜୟଲକ୍ଷ୍ମୀ ସାହୁ, ମମତା ପାଳ, ସଞ୍ଜୟ ମହାରଣା, ଶ୍ୟାମ ସୁନ୍ଦର ନାୟକ, କିଶୋର ପ୍ରଧାନ, ଚଗଲା ସ୍ବାଇଁ , ଚିତ୍ତରଞ୍ଜନ ସାହୁ, ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ଅଧିକାରୀ, ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି କେନ୍ଦ୍ରର ଉନ୍ନୟନ କାର୍ଯ୍ୟର ସମୀକ୍ଷା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସୀମା ନିର୍ଦ୍ଧାରଣ, ରୋଗୀଙ୍କୁ ମାଗଣାରେ ସରକାରୀ ଔଷଧ ଯୋଗାଇଦେବା ଉପରେ ଆଲୋଚନା ହୋଇଥିଲା। କମିଟି ସଦସ୍ୟଙ୍କ ମତ୍ତାମତକୁ ଗ୍ରହଣ କରି ଡମପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ପ୍ରତି ଦୁଇ ସପ୍ତାହ ଅନ୍ତରାଳରେ ଦାନ୍ତ ବିଭାଗ ଓ ଆଖି ବିଭାଗ ଡାକ୍ତର ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିବା ପାଇଁ ଅଧିକ୍ଷକ ଡାକ୍ତର ମହାପାତ୍ର ଘୋଷଣା କରିଥିଲେ। ନବ ନିର୍ମିତ ହାସପାତାଳ , ଷ୍ଟାଫ୍ କ୍ୱାର୍ଟର, ପାଚେରୀ ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ସାରିବା ଓ ମେଗା ପାନୀୟ ଜଳଯୋଗାଣ ବ୍ୟବସ୍ଥାରେ ପରିସରକୁ ଜଳଯୋଗାଣର ସଂଯୋଗ କରାଇବା , ସ୍ଥାୟୀ ଡାକ୍ତର ଯୋଗାଇଦେବା ପାଇଁ ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା। ଉକ୍ତ କେନ୍ଦ୍ରରେ ସାପ କାମୁଡ଼ା ଓ ଅନ୍ୟ ଜଳାତଙ୍କ ଚିକିତ୍ସା ପାଇଁ ଇଞ୍ଜେକସନ ଦିଆଯାଉିବାବେଳେ ବିଭିନ୍ନ ପ୍ରକାର ଲାବୋଟାରୀ ପରୀକ୍ଷା କରାଯାଉଥିବା ସହ ରୋଗୀଙ୍କୁ ଆୟୁର୍ବେଦ ଔଷଧ ଦିଆଯାଉଥିବା ତାଳବସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସୁମିତ୍ରା ସାହୁ ପ୍ରକାଶ କରିବା ସହ ଓପିଡି ପାଇଁ ଏକ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର, ଗୋଟିଏ ନୂଆ ଟିକା ଓ ଔଷଧ ରଖିବା ପାଇଁ ରେଫ୍ରିଜିରେଟର ଯୋଗାଇଦେବା ପାଇଁ ପ୍ରସ୍ତାବ ରଖିଥିଲେ।
ତାଳବସ୍ତ ଜନ ଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ !!!

