Site icon Awaj Media

ଜହ୍ନ ପ୍ରଧାନଙ୍କ ଏକାଦଶାହ ତିଥିରେ ଶ୍ରଦ୍ଧଞ୍ଜଳି ସଭା !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଉପଖଣ୍ଡ ଚକାପଦା ଗ୍ରାମର ପରୋପକାରୀ ଓ ଧର୍ମପରାୟଣା ମହିଳା ଜହ୍ନ ପ୍ରଧାନଙ୍କ ଏକାଦଶାହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ଅକ୍ଷୟ କୁମାର ସାମଲଙ୍କ ପରିଚାଳନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥିଭାବେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ କୁମର ପ୍ରଧାନ, କବି ଶଶୀଭୂଷଣ ତ୍ରିପାଠୀ, ପଣ୍ଡିତ ମନୋଜ କୁମାର ରାଉତ, ସଂଗଠକ ଲିଙ୍ଗରାଜ ରାଉତ, କାଉନସିଲର ପ୍ରତିନିଧି ପ୍ରମୋଦ କୁମାର ନନ୍ଦ, କଂଗ୍ରେସ ପ୍ରଧାନ, ସାନ ପୁତ୍ର ଫଗୁ ଚରଣ ପ୍ରଧାନ, ତିନି ଝିଅ ଓ ଜ୍ବାଇଁଙ୍କ ସହିତ ପରିବାରର ସମସ୍ତ ସଦସ୍ୟ ଓ ବନ୍ଧୁବାନ୍ଧବ ସମସ୍ତେ ଉପସ୍ଥିତ ଥିଲେ। 80 ବର୍ଷ ବଯସରେ ଇହଲୀଳା ସମ୍ବରଣ କରିଛନ୍ତି। ଜୀବନସାରା ସେ ପ୍ରତେକ ଦିନ ଦୁଇ ଓଳି ଅଖଣ୍ଡେଶ୍ବର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥାନ୍ତି। ସ୍ଥାନୀୟ ଅଂଚଳରେ ବହୁ ମନ୍ଦିର ପ୍ରତିଷ୍ଠା କରିବାରେ ତାଙ୍କର ବହୁ ଅବଦାନ ରହିଥିଲା | ଶେଷରେ ବଡପୁତ୍ର ରଘୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version