Site icon Awaj Media

ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଆଇନ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅଧ୍ୟକ୍ଷା ଡ. ରୀନା ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ର ଅତିଥି ଭାବେ ଜିଲ୍ଲା ସୁରକ୍ଷା ଅଧିକାରୀ , ଶ୍ରୀମତୀ ସରଳା ପାତ୍ର (ଡି ଏସ୍ ଡବ୍ଲୁ ଓ) , ଜିଲ୍ଲା ସଂଯୋଜିକା ( ଜି ଟି ଏମ୍ , ଓ ଲ୍ ଏମ୍) ଶ୍ରୀମତୀ ଶିବାନୀ ପାଣିଗ୍ରାହୀ , ଜିଲ୍ଲା ମହିଳା ସଶକ୍ତିକରଣ ସଂଯୋଜକ ଶ୍ରୀ ଏଲ ରାମ ପ୍ରସାଦ ଓ ୱାନ ଷ୍ଟପ ସେଣ୍ଟର କେନ୍ଦ୍ର ପରିଚାଳିକା ଶ୍ରୀମତୀ ସୁନୀତା ରଥ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ସକ୍ତିଶ୍ରୀ ସଂଯୋଜିତ ଶ୍ରୀମତୀ ବରଦା ଆଚାର୍ଯ୍ୟ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ସାରଳା ପାତ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ବାଲ୍ୟବିବାହ ଓ ଘରୋଇ ହିଂସା କିପରି ଘଟୁଛି ତା ବିଷୟରେ ଆଲୋଚନା କରିଥିଲେ । ଶ୍ରୀମତୀ ଶିବାନୀ ପାଣିଗ୍ରାହୀ ବିଭିନ୍ନ ଆଇନ ଯଥା :- ମହିଳା ମାନଙ୍କ କର୍ମକ୍ଷେତ୍ରରେ ରେ ଯୌନ ଉତ୍ପୀଡ଼ନ ବିଷୟରେ ଆଲୋକପାତ କରିଥିଲେ। ଶ୍ରୀମତୀ ସୁନୀତା ରଥ ନିଜ ବକ୍ତବ୍ୟ ରେ ୧୮ ବର୍ଷ ରୁ କମ୍ ବୟସର ଶିଶୁ ମାନଙ୍କୁ ସୁରକ୍ଷା ଆଇନ ସମ୍ବନ୍ଧରେ ଉଦବୋଧନ ଦେଇଥିଲେ। ଅନ୍ୟତମ ଅତିଥି ଶ୍ରୀ ଏଲ୍ ରାମପ୍ରସାଦ ସରକାରଙ୍କ ଯୋଜନା , ଅଙ୍ଗନବାଡି କେନ୍ଦ୍ରର ଓ ଯୁବଶକ୍ତି ର ଭୂମିକା ବିଷୟରେ ନିଜ ବକ୍ତବ୍ୟ ରଖିଥିଲେ। ଶେଷରେ ଅଧ୍ୟକ୍ଷା ଡ.ରୀନା ସାହୁ ନିଜ ବକ୍ତବ୍ୟ ରେ ସରକାରଙ୍କର ଯେଉଁ ଯୋଜନା ସବୁ ଆସୁଛି ତାକୁ ଯୁବପିଢ଼ି ହିଁ ସମାଜରେ ପ୍ରଚାର ଓ ପ୍ରସାର କରିପାରିବେ। ଶେଷରେ ସଂଯୋଜିକା ଶ୍ରୀମତୀ ବରଦା ଆଚାର୍ଯ୍ୟ ଯୁବଶକ୍ତି ହିଁ ଦେଶର ମାନଦଣ୍ଡ , ଏହି ଶକ୍ତି ଦ୍ୱାରା ଦେଶକୁ ବିକଶିତ କରାଯାଇପାରିବ ନିଜ ବକ୍ତବ୍ୟରେ ରଖି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଅଧିକା ଛାତ୍ରୀ ତଥା ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହିଥିଲେ।

Exit mobile version