Site icon Awaj Media

ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଆଜି 187 ତମ ବିଶ୍ୱ ଫଟୋଗ୍ରାଫି ଦିବସକୁ ମହାସମାରୋହରେ ପାଳନ କରାଯାଇଛି. ପାରଳା ସହରର ରାଜଦାଣ୍ଡରେ ଆୟୋଜିତ ଏହି ସମାବେଶରେ ଗଜପତି ଜିଲ୍ଲା ବିଭିନ୍ନ ଅଞ୍ଚଳରୁ ଫଟୋଗ୍ରାଫରମାନେ ଆସି ଏକତ୍ରିତ ହୋଇଥିଲେ. ଫଟୋଗ୍ରାଫ ଦିବସର ଅଭିନନ୍ଦନ ଓ ଶୁଭେଚ୍ଛାକୁ ପରସ୍ପର ମଧ୍ୟରେ ଜ୍ଞାପନ କରି ହାତକୁ ହାତ ମିଶାଇ ଗଜପତି ଫଟୋଗ୍ରାଫର ୟୁନିୟନକୁ ଶକ୍ତିଶାଳୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ. ଗଜପତି ଜିଲ୍ଲା ଫଟୋଗ୍ରାଫର ସଙ୍ଘର ସଭାପତି ଅମର ନାଥ, ସମ୍ପାଦକ ଭି. ଦିଲ୍ଲୀ, ରେଡ୍ଡୀ, କେ. ଶିବା, ପି. ଶ୍ୟାମ କୁମାର, ପି. ବେଣୁ, ପି. ଗଙ୍ଗାଧାର ପ୍ରମୁଖଙ୍କ ସହ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଫଟୋଗ୍ରାଫରମାନେ ଆଜିର ଏହି ଉତ୍ସବରେ ଏକତ୍ରିତ ହୋଇଥିଲେ.

Exit mobile version