Site icon Awaj Media

ବାରଙ୍ଗ ବ୍ଲକ – ରାମଦାସପୁର ପଞ୍ଚାୟତ – ରତାଗଡ ଗ୍ରାମ : ନିର୍ମାଣ କାମରେ ହେରାଫେରି !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଖବର ପ୍ରସାରଣ ପରେ ତରକି ଗଲେ ଠିକାଦାର ! କଟକ ଜିଲ୍ଲା ବାରଂଗ ବ୍ଲକ ରୁ ସାମନାକୁ ଆସିଛି ଏପରି ଘଟଣା ! ରାଜଧାନୀ ଉପକଣ୍ଠ ବାରଙ୍ଗ ବ୍ଲକ ଅଞ୍ଚଳରେ କେବଳ ଫଳକରେ ସିମୀତ ହୋଇ ରହିଛି କାମ ! ଏହି ଶୀର୍ଷକରେ ଖବର ପ୍ରସାରଣ ପରେ ଏବେ ମଂଜୁର ହୋଇଥିବା ଅର୍ଥକୁ ଅନ୍ୟତ୍ର କାର୍ଯ୍ୟ ଦର୍ଶାଇ ହଡପ କରିବା ପାଇଁ ଚାଲିଛି ଯୋଜନା ! ବାରଙ୍ଗ ବ୍ଲକ ରାମଦାସପୁର ପଞ୍ଚାୟତ ରତାଗଡ ଗ୍ରାମରେ ଗାଁ ଦାଣ୍ଡରେ ପାଣି ଜମି ରହିବା କାରଣରୁ ଲୋକଙ୍କର ଯାତାୟାତ ବାଧାପ୍ରାପ୍ତ ହେଉଥିଲା , ତେଣୁ ରାସ୍ତାକୁ ସିସି ଢ଼ଳେଇ କରାଯିବା ନିମନ୍ତେ ପାଞ୍ଚ ଲକ୍ଷ ମଂଜୁର ହୋଇ ଠିକା ମଧ୍ୟ ଦିଆ ଯାଇଥିଲା ! ହେଲେ ଗତ ତିନି ମାସ ହେଲା କେବଳ ଫଳକ ହୋଇ ପଡ଼ି ରହିଲା ! ମାର୍ଚ୍ଚ ମାସ ଠାରୁ ନିର୍ମାଣ ପାଇଁ ଅର୍ଥ ମଂଜୁର ହୋଇଥିଲେବି କାମ ଆରମ୍ଭ ନହେବାରୁ ଲୋକଙ୍କ ଅଭିଯୋଗ କ୍ରମେ ଖବର ହୋଇଥିଲା ! ଏବେ ମଂଜୁର ହୋଇଥିବା ଅର୍ଥକୁ ଅନ୍ୟତ୍ର କାର୍ଯ୍ୟ ଦର୍ଶାଇ ହଡପ କରିବା ପାଇଁ ଚାଲିଛି ଯୋଜନା !

Exit mobile version