Site icon Awaj Media

ଚୌଧୁରୀ ବଜାର ପୂଜା କମିଟିକୁ ନେଇ ବିବାଦୀୟ ପରିସ୍ଥିତି !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟନାୟକ : କଟକର ଅନ୍ୟତମ ପୁରାତନ ଚୌଧୁରୀ ବଜାର ପୂଜା କମିଟିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।ଗତ ୧୧ଵର୍ଷ ହେଵ ଚୌଧୁରୀ ବଜାର କମିଟି ସଦସ୍ୟ ମାନେ ମନୋନୀତ ହୋଇ କାର୍ଯ୍ୟ ନିର୍ବାହ କରୁଥିଲେ। ମାତ୍ର ଏବେ ଚୌଧୁରୀ ବଜାର ଅଞ୍ଚଳର କିଛି ଯୁଵକ ଓ ସ୍ଥାନୀୟ ବାସିନ୍ଦା ମନୋନୟନ ପରିବର୍ତ୍ତେ ନିର୍ବାଚନ ପ୍ରକ୍ରିୟାରେ ଵଜାର କମିଟି କର୍ମକର୍ତ୍ତାଙ୍କ ଚୟନ ପାଇଁ ଦାବି କରି ଆସୁଛନ୍ତି।ଏ ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। ତେବେ କିଛି ପୂର୍ବତନ କର୍ମକର୍ତ୍ତା ଏଭଳି ନିର୍ବାଚନ ଚାହୁଁ ନଥିଵା ସ୍ଥାନୀୟ ବାସିନ୍ଦା ଓ ଯୁବକ ମାନେ ଅଭିଯୋଗ କରିଛନ୍ତି। ଯେଉଁ ମାନେ ନିର୍ବାଚନ ପ୍ରକ୍ରିୟାରେ କର୍ମକର୍ତ୍ତା ଚୟନ ଚାହୁଁଛନ୍ତି, ସେମାନଙ୍କୁ ପୂର୍ବତନ କର୍ମକର୍ତ୍ତା ମାନେ ଆକ୍ଷେପ କରୁଥିଵା ଅଭିଯୋଗ ହୋଇଛି। ଏହି ଵିଵାଦ ଏବେ ଥାନା ସହ ପୋଲିସ ଡ଼ିଜିଙ୍କ ପାଖରେ ମଧ୍ୟ ପହଞ୍ଚିଛି। ଚୌଧୁରୀ ଵଜାରର କିଛି ସ୍ଥାନୀୟ ବାସିନ୍ଦା ଓ ଯୁଵକ ଏ ନେଇ ଡିଜିଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପୁରାତନ କର୍ମକର୍ତ୍ତା ମାନେ ନିଜ ଜିଦରୁ ଓହରି ନିର୍ବାଚନ ପ୍ରକ୍ରିୟାକୁ ଗ୍ରହଣ କରିବାକୁ କିଛି ସ୍ଥାନୀୟ ବାସିନ୍ଦା ଓ ଯୁଵକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ବାନ ଦେଇଛନ୍ତି ।

Exit mobile version